ମୁମ୍ବାଇ: ସାଉଥ ସୁପରଷ୍ଟାର ପବନ କଲ୍ୟାଣ ଅଭିନୀତ ଓକିଲ ସାବ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ଏପରିକି ବିଜୟଙ୍କ ମାଷ୍ଟର ଫିଲ୍ମକୁ ମଧ୍ୟ ଏହା କଲେକ୍ସନରେ ପଛରେ ପକାଇ ଦେଇଛି । ଲକଡାଉନ ପରେ ମାଷ୍ଟର ଫିଲ୍ମର ଓପିନଂ କଲେକ୍ସନ ରେକର୍ଡକୁ ଓକିଲ ସାବ ଭାଙ୍ଗିଛି । ମାଷ୍ଟର ଫିଲ୍ମ ୩୫ କୋଟି ଆୟ କରିଥିବା ବେଳେ ବେଣୁ ଶ୍ରୀରାମ ନିର୍ଦ୍ଦେଶିତ ଓକିଲ ସାବ କେବଳ ଆନ୍ଧ୍ରପ୍ରଦେଶରେ ଏହାଠାରୁ ଅଧିକ ଆୟ କରିଛି ।
ଆନ୍ଧ୍ରପ୍ରଦେଶରେ ଏବେ ଫିଲ୍ମ ହଲ ସମ୍ପୂର୍ଣ୍ଣ ଖୋଲା ରହିଥିବାରୁ ଏହାର ଫାଇଦା ମଧ୍ୟ ଓକିଲ ସାବ ଉଠାଇଛି । ୨୦୧୬ରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ଅଭିନୀତ ପିଙ୍କ ଫିଲ୍ମର ଏହା ତେଲୁଗୁ ରିମେକ । ପବନ କଲ୍ୟାଣ ଏହି ଫିଲ୍ମରେ ଅମିତାଭଙ୍କ ରୋଲ କରୁଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓକିଲ ଭୂମିକା ପ୍ରକାଶ ରାଜ କରିଛନ୍ତି ।
Comments are closed.