Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୪୦୩ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୩୭୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଚନ୍ତି ୪୦୩ ଜଣ ଆକ୍ରାନ୍ତ । ସମସ୍ତେ ସୁସ୍ଥ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ, କଳାହାଣ୍ଡିରୁ ୫୭, ବରଗଡ଼ରୁ ୩୪, ନୂଆପଡ଼ାରୁ ୩୨, ସୁନ୍ଦରଗଡ଼ରୁ ୩୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୭, କଟକରୁ ୨୬, ଝାରସୁଗୁଡ଼ାରୁ ୧୭, ସମ୍ବଲପୁରରୁ ୧୪, କେନ୍ଦୁଝରରୁ ୧୨, ପୁରୀରୁ ୯, ଯାଜପୁରରୁ ୮, ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ବାଲେଶ୍ବର, ଢ଼େଙ୍କାନାଳ, କୋରାପୁଟରୁ ୫ ଜଣ ଲେଖାଏଁ, ଭଦ୍ରକ, ମୟୂରଭଞ୍ଜ ଓ ରାୟଗଡ଼ାରୁ ୪ ଜଣ ଲେଖାଏଁ, ସୋନପୁରରୁ ୩, ବଲାଙ୍ଗିର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ନୟାଗଡ଼ରୁ ଜଣେ ଓ ଷ୍ଟେଟ୍ ପୁଲରୁ ୧୫ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୯ ହଜାର ୬୦୩ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.