Latest Odisha News

BREAKING NEWS

‘ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ଭେଟେରାନ୍ ଅଭିନେତା ସତୀଶ କୌଲ। ସେ ପ୍ରାୟ ୩୦୦ ପଞ୍ଜାବୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଲୋକପ୍ରିୟ ଟିଭି ଶୋ ମହାଭାରତରେ ପ୍ରଭୁ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରି ସେ ପ୍ରସିଦ୍ଧିତା ଲାଭ କିଥିଲେ।

ଶନିବାର ଦିନ ଲୁଧିଆନାରେ ୭୪ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି। କରୋନା ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସତୀଶଙ୍କ ଭଉଣୀ ସତ୍ୟା ଦେବୀ କହିଛନ୍ତି ଯେ, “ଗତ ପାଞ୍ଚ ଦିନ ଧରି ତାଙ୍କର ଜ୍ୱର ହୋଇଥିଲା ଏବଂ ସେ ଅସୁସ୍ଥ ଥିଲେ। ତେଣୁ ଗୁରୁବାର ଦିନ ଆମେ ତାଙ୍କୁ ଶ୍ରୀ ରାମା ଚାରିଟେବୁଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲୁ ଏବଂ ପରେ ତାଙ୍କର କରୋନା ରିପୋର୍ଟ ପଜିଟଭ ଆସିଥିବା ଜାଣିବାକୁ ପାଇଥିଲୁ।

Comments are closed.