ପୁରୀ: ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ୬ ଦିନ । ତିନି ଦିନ ପରେ ପ୍ରଚାର ଥମିଯିବ । ସମୟ କମ୍ । ନେତା ଓ କର୍ମୀଙ୍କୁ ନାହିଁ ଫୁରସତ । ଆଜିଠୁ ହେଭିଓ୍ୱେଟ୍ କ୍ୟାମ୍ପେନ୍ । ବିଜେଡି ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗିବେ । ଅପରାହ୍ଣ ୪ଟାରୁ ପ୍ରଚାର କରିବେ ନବୀନ ।

ପିପିଲି ବ୍ଲକ୍ ଓ ଏନ୍ଏସି ସହ ଡେଲାଙ୍ଗ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଭର୍ଚୁଆଲ୍ ମିଟିଂ କରିବେ । ପିପିଲି ବ୍ଲକର ତିନିଟି ପଞ୍ଚାୟତ ଗୋବିନ୍ଦପୁର, ଦାଣ୍ଡମୁକୁନ୍ଦପୁର, ଯଶୁଆପୁରରେ ପ୍ରଚାର କରିବେ ନବୀନ । ସେହିପରି ଡେଲାଙ୍ଗ ବ୍ଲକ୍ର ରେଞ୍ଚ, କୋଠବାଡ଼ ଓ ସିଂବରହମ୍ପୁର ପଞ୍ଚାୟତର ଭୋଟରଙ୍କୁ ରୁଦ୍ରଙ୍କ ପାଇଁ ସମର୍ଥନ ମାଗିବେ ବିଜେଡି ସୁପ୍ରିମୋ ।

ସେପଟେ କାଲିଠୁ ପିପିଲିରେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଉତ୍ତରାଛକ ନିକଟ ସିଫାଠାରୁ ଦଳୀୟ ରାଲିରେ ବାହାରି ପିପିଲି ବାଇପାସ୍ ଛକ ହୋଇ ପିପିଲି ବଜାର, ଡେଲାଙ୍ଗ ବଜାର, ହରିରାଜପୁର ଆଦି ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ । କେନ୍ଦ୍ର ସରକାରଙ୍କ ଜନହିତକର କାର୍ୟ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଆଧାର କରି ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ୍ ମାଗିବେ ଧର୍ମେନ୍ଦ୍ର ।

ସେପଟେ କଂଗ୍ରେସ ବି ପ୍ରଚାର ଅଭିଯାନକୁ ସରଗରମ କରିଛି । ତେବେ ଦଳୀ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ହୋଇଥିବାରୁ ସେ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ତାଙ୍କ ପାଇଁ ରୋଡ୍ ସୋ, ଡୋର ଟୁ ଡୋର୍ କ୍ୟାମ୍ପେନରେ ଭୋଟ୍ ମାଗୁଛନ୍ତି ଦଳର ବରିଷ୍ଠ ନେତା । ଦିନ ସରି ଆସୁଥିବା ବେଳେ ପିପିଲିରେ ଘମାସାନ ପ୍ରଚାର ଚାଲିଛି । ଖରାତରାକୁ ଖାତିର ନକରି ଭୋଟରଙ୍କ ମନ ଜିଣିବାକୁ ସମସ୍ତେ ଦମ୍ ଲଗାଇ ଦେଇଛନ୍ତି । ପିପିଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା ଓ ମନ୍ତ୍ରୀ ।
BREAKING NEWS
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
- ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
Comments are closed.