Latest Odisha News

BREAKING NEWS

ରାଜଧାନୀରେ ବାଇକ୍ ଲୁଟେରା ଗିରଫ, ୬ ମୋଟରସାଇକେଲ୍ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଭିଏସଏସ୍ ନଗରରୁ ବୁଧବାର ଦିନ ପୋଲିସ ବାଇକ୍ ଚୋରୀ ଅଭିଯୋଗ ରେ ଜଣେ ଯୁବକକୁ ଗିରଫ କରିବା ସହ ତା’ ଠାରୁ ୬ଟି ବାଇକ୍ ଜବତ କରିଛି ।

ଗିରଫ ଅଭିଯୁକ୍ତଙ୍କ ନାମ ଦୁଷ୍ମନ୍ତ ସୁବୁଧୀ(୩୦) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ପ୍ରସନ୍ନ ରାଉତରାୟ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଥାନାରେ ଏକ ଅଭିଯୋଗ ଦାଏର କରାଯାଇଥିଲା ଏହି ଅଭିଯୋଗକୁ ଆଧାର କରି ସହିଦ ନଗର ପୋଲିସ ଭିଏସଏସ ନଗର ଅଞ୍ଚଳରେ ଚଢାଉ କରି ଦୁଷ୍ମନ୍ତକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଗତ ଫେବୃଆରୀ ୧୦ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାର୍କିଂ ଅଞ୍ଚଳରୁ ପ୍ରସନ୍ନଙ୍କ ବାଇକ୍ ଚୋରୀ ହୋଇଥିଲା ।

Leave A Reply

Your email address will not be published.