Latest Odisha News

BREAKING NEWS

ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଲା ‘ବେଷ୍ଟ ଡିଜିଟାଲ ପେମେଣ୍ଟ ଇନୋଭେଟର’ ଆୱାର୍ଡ

ନୂଆଦିଲ୍ଲୀ : ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ‘ବେଷ୍ଟ ଡିଜିଟାଲ ପେମେଣ୍ଟ ଇନୋଭେଟର’ ପୁରସ୍କାର । ସ୍ମାର୍ଟ ସିଟି ଭୁବନେଶ୍ୱର ୫ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର କ୍ୟାଟେଗୋରୀରେ ଏହି ଆୱାର୍ଡ ହାସଲ କରିପାରିଛି ।

ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜେୟିନୀ ସହର ମଧ୍ୟ ଭୁବନେଶ୍ୱର ସହିତ ଏହି ପୁରସ୍କାର ହାସଲ କରିପାରିଛି । କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ବିକାଶ ମନ୍ତ୍ରଣାଳୟ (ଏମଓଏଚୟୁଏ)ର ସ୍ମାର୍ଟ ସିଟି ଡିଜିଟାଲ ପେମେଣ୍ଟ ଆୱାର୍ଡସ୍- ୨୦୧୮ ଦ୍ୱାରା ଏହି ପୁରସ୍କାର ଚୟନ କରାଯାଇଅଛି ।

ଏହି କ୍ରମରେ ଅନ୍ୟ ଯେଉଁ କ୍ୟାଟେଗୋରୀ ଗୁଡିକରେ ପୁରସ୍କାର ଦିଆଯାଇଛି, ସେଗୁଡିକ ହେଲା ‘ବେଷ୍ଟ ଡିଜିଟାଲ ପେମେଣ୍ଟ୍ ଆଡାପ୍ଟର’ ଏବଂ ‘ଫାସଟେଷ୍ଟ୍ ସ୍ମାର୍ଟ ସିଟି ଫୋକୋସିଂ ଅନ୍ ଡିଜିଟାଲ ପେମେଣ୍ଟ୍’ ।

Leave A Reply

Your email address will not be published.