ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୯୧ ପଜିଟିଭ୍ । ସଂକ୍ରମିତଙ୍କ ମଧ୍ୟରୁ ୧୪୬ ଜଣ ଲୋକାଲ କେସ୍ ଥିବା ବେଳେ, କ୍ବାରେଣ୍ଟାଇନରୁ ୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ । ।
ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ପାତ୍ରପଡା, ପଡ଼ିଆ, ରସୁଲଗଡ, ସୁନ୍ଦରପଦା ଅଂଚଳରୁ ଏକାଧିକ ଲୋକାଲ୍ କେସ୍ ସାମ୍ନାକୁ ଆସିଛି । ଯାହାକି ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେହିପରି ରସୁଲଗଡ ଓ ୟୁନିଟ୍ ୩ ଅଂଚଳରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ଭୁବନେଶ୍ବରରେ ୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକି ମିଶାଇ ଏପର୍ଯ୍ୟନ୍ତ ଭୁବନେଶ୍ବର ଅଞ୍ଚଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୩୩ ହଜାର ୮୯୩ରେ ପହଞ୍ଚିଛି । ଏହାସହ ବିଏମସି ଅଞ୍ଚଳରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୩ ହଜାର ୮୯୩ ରେ ପହଞ୍ଚିଛି ।
Comments are closed.