Latest Odisha News

BREAKING NEWS

ଏଥର ଅଫିସିଆଲ, ଜ୍ୱାଲା-ବିଷ୍ଣୁଙ୍କ ବିବାହ ଏପ୍ରିଲ ୨୨ରେ

ନୂଆଦିଲ୍ଲୀ:ବ୍ୟାଡମିଂଟନ ଷ୍ଟାର ଜ୍ୱାଲା ଗୁଟ୍ଟା ଏଥର ତାଙ୍କ ବିବାହ କେବେ ହେବ ଘୋଷଣା କରିଛନ୍ତି । ସୋସିଆଲ ସାଇଟରେ ବିଷ୍ଣୁ ବିଶାଲ ଏବଂ ମୁଁ ବିବାହ ବନ୍ଧନରେ ଆବଦ୍ଧ ଏପ୍ରିଲ ୨୨ରେ ଆବଦ୍ଧ ହେବାକୁ ଯାଉଛୁ ବୋଲି ଜଣାଇଛନ୍ତି । କରୋନା କଟକଣାରେ ଏହି ବିବାହ ଅୟୋଜନ କରାଯିବ ଏବଂ ନିକଟ ସମ୍ପର୍କୀୟମାନେ କେବଳ ଏଥିରେ ସାମିଲ ହେବେ । ଇନଷ୍ଟାଗ୍ରାମରେ ଜ୍ୱାଲା ବିବାହ କାର୍ଡ ଶେୟାର କରିଛନ୍ତି ।

BjdElectrycity

ଏବେଠାରୁ ବିଭିନ୍ନ ମହଲରୁ ଏହି ଦୁଇ ଜଣଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଜ୍ୱାଲା ଏବଂ ବିଷ୍ଣୁ ଦୀର୍ଘ ଦିନ ପରସ୍ପରକୁ ଭଲ ପାଉଥିଲେ । ଗତବର୍ଷ ସେପ୍ଟେମ୍ବରରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ସୂଚନାଯୋଗ୍ୟ, ବିଷ୍ଣୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ ।

Leave A Reply

Your email address will not be published.