Latest Odisha News

BREAKING NEWS

ହାଇଦର ଫେରାର୍ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ବିଜେପି ନେତା ପ୍ରକାଶ ମିଶ୍ର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାକୁ ୫ ଦିନ ବିତିଲାଣି । ପୋଲିସ ଖୋଜୁଛି ପାଉନି । କୁହାଯାଉଛି କେନ୍ଦ୍ରାପଡ଼ାର ଜମ୍ବୁ ଦେଇ ବାଲାଂଦେଶ ପଳାଇଛି ହାଇଦର । ଅନ୍ୟପଟେ ହାଇଦର ନିଖୋଜକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଅନେକ ପ୍ରଶ୍ନ କରିଛନ୍ତି ।

ହାଇଦରକୁ ଫେରାର୍ ପଛରେ ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି ପ୍ରକାଶ ମିଶ୍ର । ସମ୍ବଲପୁରରୁ କଟକ ଏସସିବିକୁ ନିୟମିତ ଭାବେ କାହିଁକି ହାଇଦରକୁ ଅଣାଯାଉଥିଲା ବୋଲି ପଚାରିଛନ୍ତି । ଜଣେ ସାଧାରଣ ଲୋକଙ୍କୁ କ୍ୟାବିନ୍ ମିଳୁ ନଥିବା ବେଳେ ହାଇଦରକୁ କେମିତି ମିଳିଲା ? ଯଦି ସେ କିଡନୀ ରୋଗରେ ପୀଡ଼ିତ, ତାହେଲେ ବିରିୟାନୀ କେମିତି ଖାଉଥିଲା ବୋଲି ପ୍ରକାଶ ପ୍ରଶ୍ନ କରିଛନ୍ତି ।

ଏଥିସହ ଏସସିବିରୁ ହାଇଦର ଫେରାର୍ ହେବା ପୋଲିସର ସହଯୋଗ ବିନା ସମ୍ଭବ ନୁହେଁ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ଏହି ଘଟଣାରେ ଗୃହ ବିଭାଗର ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ ବୋଲି ପ୍ରକାଶ ମିଶ୍ର କହିଛନ୍ତି ।

Leave A Reply

Your email address will not be published.