Latest Odisha News

କରୋନାରେ ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ

ରାୟପୁର: ଛତିଶଗଡର କୋଭିଡ କଣ୍ଟ୍ରୋଲ ଆଣ୍ଡ୍‌ କମାଣ୍ଡ ସେଣ୍ଟରର ମୁଖପାତ୍ର ତଥା ଜଣେ ବରିଷ୍ଠ ଡାକ୍ତର ବୁଧବାର ଦିନ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଡକ୍ଟର ପାଣ୍ଡେ ପୂର୍ବରୁ କରୋନା ଟିକା ମଧ୍ୟ ନେଇଥିଲେ। ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ମଧ୍ୟ ଥିଲା।

ସୂଚନା ଅନୁଯାୟୀ ଜ୍ୱର ଏବଂ ଅସହଜ ଅନୁଭବ କରିବା ପରେ ତାଙ୍କୁ କିଛି ଦିନ ପୂର୍ବରୁ AIIMS ରାୟପୁରରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

Comments are closed.