Latest Odisha News

ଦୁଃଖଦ ଖବର: କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ, ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ପିପିଲି: ଆଉ ନାହାନ୍ତି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । କରୋନାରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ନିର୍ବାଚନର ତିନି ଦିନ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ ଅଜିତ ।

୧୦ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଅଜିତ୍‌ଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି । ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ କଂଗ୍ରେସ ନେତା ଓ କର୍ମୀ ଶୋକ ପ୍ରକାଶ କରିଛନ୍ତି ।

ପିପିଲି ଉପନିର୍ବାଚନ ମତଦାନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି ଥିଲା । ଏହାପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିଙ୍କ ଦେହାନ୍ତ ହୋଇଛି । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ବନ୍ଦ ହୋଇପାରେ । ଏପ୍ରିଲ ୧୭ରେ ପିପିଲି ଉପ ନିର୍ବାଚନ ପାଇଁ ମତଦାନ ହୋଇଥାନ୍ତା । ତିନି ଦଳ ପକ୍ଷରୁ ଏଥିପାଇଁ ଜୋରଦାର ପ୍ରଚାର ଚାଲିଥିଲା ।

 

 

Leave A Reply

Your email address will not be published.