ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଉଛି କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ୍ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ଆଜି ଓ କାଲି ଦୁଇ ଦିନ ସଟଡାଉନ୍ ବଳବତ୍ତର ରହିବ । ବନ୍ଦ ରହିଛି ଦୋକାନ ବଜାର । ବ୍ୟବସାୟିକ ପ୍ରତିଷ୍ଠାନ । ଏସବୁ ଜିଲ୍ଲାର ସହରାଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ମୁତୟନ ହୋଇଛନ୍ତି ବ୍ୟାପକ ପୋଲିସ ।
ତେବେ ସଟଡାଉନ ବେଳେ ଜାରି ରହିଛି ରହିବ ଅତ୍ୟାବଶ୍ୟକ ସେବା । ହସ୍ପିଟାଲ, କ୍ଲିନିକ୍, ନର୍ସିଂ ହୋମ୍ ଓ ମେଡିସିନ ଷ୍ଟୋର ଖୋଲା ରହିଛି । ଆମ୍ବୁଲାନ୍ସ ସେବା, ପୋଲିସ ଓ ଫାୟାର ସର୍ଭିସ, ଜରୁରୀ ସେବାରେ ଥିବା ସରକାରୀ କର୍ମଚାରୀ, ଟେଲିକମ ସେବାକୁ ବାଦ ଦିଆଯାଇଛି । ପେଟ୍ରୋଲଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ ଉପରେ କଟକଣା ନାହିଁ । ଜଳ ଯୋଗାଣ, ସଫେଇ କାମ, ବିଦ୍ୟୁତ ସେବା ଯୋଗାଣ ଓ ବଣ୍ଟନ ଜାରି ରହିବ ।
ସେହିପରି ମାଲ ପରିବହନ, ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାମ, କୃଷି ଭିତ୍ତିକ କାର୍ୟ୍ୟ, ରେଳ ଓ ବିମାନ ସେବା, ଜାତୀୟ ରାଜପଥରେ ଗମନାଗମନ ଉପରେ କଟକଣା ନାହିଁ । ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଟ୍ୟାକ୍ସି ସେବା ଜାରି ରହିବ । ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା କରିପାରିବେ । ଖାଦ୍ୟର ହୋମ୍ ଡେଲିଭରି ଜାରି ରହିବ । ଖୋଲା ରହିବ ତେଜରାତି, ପନିପରିବା, ଆମିଷ, କ୍ଷୀର ଦୋକାନ ।
BREAKING NEWS
- ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଏମ.ଏସ୍ ଭିପୁଲ୍ ଲିମିଟେଡର ସମ୍ପତ୍ତି ସଂଲଗ୍ନ କର
- ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ
- ପୁଷ୍ପା ରାଜ୍ଙ୍କ ବିରୋଧରେ ରୁଜୁ ହେଲା ମାମଲା
- କଂଗ୍ରେସର ଶ୍ରୀରାମ ମନ୍ଦିର ଶୁଦ୍ଧିକରଣ ବୟାନର କଡା ଜବାବ ଦେଲେ ହିମନ୍ତ ବିଶ୍ୱ ଶର୍ମା
- ମୋଦୀଙ୍କ ଦୁଇ ଦିବସୀୟ ବାରଣାସୀ ଗସ୍ତ, ୧୪ ରେ ଭରିବେ ନାମାଙ୍କନ
- ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ; ‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’
- ମହୁମାଛି ଆକ୍ରମଣରେ ପରିବାରର ୪ ସଦସ୍ୟ ଓ ଦୁଇ ପଥଚାରୀ ଆହତ
- ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଅଟୋ, ୧୮ ଆହତ
- ପ୍ରାଚୀନ କାଳରୁ ହିଁ ‘ମାଆ’ଙ୍କ ସମ୍ମାନର୍ଥେ ପର୍ବ
- ଶିଶୁ ଗଳ୍ପ : ସିନି ଓ ଗୁଣ୍ଡୁଚିମୂଷା