Latest Odisha News

BREAKING NEWS

ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କରୋନା ସଂକ୍ରମିତ, ଡାକ୍ତରଖାନାରେ ଭର୍ତ୍ତି

ରାଞ୍ଚି: ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କୋଭିଡ୍‌-୧୯ ପଜିଟିଭ୍‌ ହୋଇଛନ୍ତି । ଗତକାଲି ତାଙ୍କର ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ରିପୋର୍ଟ ପଜିଟିଭ ଆସିିଛି ବୋଲି ରାଜଭବନରେ ଜଣେ ଡାକ୍ତର କହିଛନ୍ତି । ରାଜ୍ୟପାଳଙ୍କୁ ଚିକିତ୍ସା ଲାଗି ରାଞ୍ଚିର ‘ଭଗବାନ ମହାବୀର ମେଡିକା ସୁପର୍‌ସ୍ପେସାଲିଟି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି । 

ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ତାଙ୍କ ଶରୀରରେ ସାମାନ୍ୟ କୋଭିଡ୍‌-୧୯ର ସଂକ୍ରମଣ ହୋଇଛି । ତାଙ୍କୁ ଦୁଇ ତିନି ଦିନ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯିବ । ଗତ ମାର୍ଚ୍ଚ ମାସ 9 ତାରିଖରେ ରାଜ୍ୟପାଳ ରାଞ୍ଚିର ସଦର ଡାକ୍ତରଖାନାରେ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ।

Leave A Reply

Your email address will not be published.