Latest Odisha News

BREAKING NEWS

ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ଘଟଣାର ହାଇକୋର୍ଟରେ ଶୁଣାଣି

କଟକ: ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ମାମଲା । ଆଜି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି କୋର୍ଟ କଟକ ଓ ଖୋର୍ଦ୍ଧା ଜିଲ୍ଳାପାଳ, CMC & BMC କମିଶନରଙ୍କୁ ରିପୋର୍ଟ୍ ତଲବ କରିଛନ୍ତି । ସତ୍ୟପାଠ ଜରିଆରେ ରିପୋର୍ଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୃତକଙ୍କ ପରିବାରକୁ ଭେଟିବା ଲାଗି ଆଇନ୍ ସେବା ପ୍ରାଧିକରଣକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ମୃତକଙ୍କ ପରିବାରକୁ କେତେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ? ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ? ସେନେଇ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନାଯୋଗ୍ୟ, ଗତ ୧୯ ମାର୍ଚ୍ଚରେ ଭୁବନେଶ୍ୱର ଏବଂ ୧୫ ଏପ୍ରିଲ୍ ରେ କଟକରେ ଘଟିଥିଲା ଏହି ଅଘଟଣ । ସ୍ୱରେଜ ଲାଇନରେ ୪ ଜଣ ଶ୍ରମିକ ମୃତ୍ୟୁ ବରଣ କରିଥିଲେ ।

Leave A Reply

Your email address will not be published.