ସମ୍ୱଲପୁର: କଟକ ଏସସିବି ସର୍ଜରୀ ଓ୍ୱାର୍ଡରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ଦୁଇ ପୋଲିସ କର୍ମଚାରୀ ଗିରଫ ହୋଇଥିବା ବେଳେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି କରାଯାଇଛି । ତାଙ୍କ ନାଁ ମଧୁସୂଦନ ମହାପାତ୍ର । ତାଙ୍କୁ ବୌଦ୍ଧ ଜିଲ୍ଲାକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବୌଦ୍ଧରେ ଥିବା ରାଜୀବଲୋକନ ସେଠଙ୍କୁ ନିଯୁକ୍ତି ଦିଆଯାଇଛି । ଦାୟିତ୍ୱ ବଣ୍ଟନରେ ଗୁରୁତ୍ୱପର୍ଣ୍ଣ ଭୂମିକା ରହୁଥିବାରୁ ମଧୁସୂଦନ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଗତକାଲି ହାଇଦର ଫେରାର୍ ଘଟଣାରେ ସମ୍ୱଲପୁର ଜଲ ଓ୍ୱାର୍ଡର ଶିବନାରାୟଣ ନନ୍ଦ ଓ ହାଇଦର ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ମହମ୍ମଦ ମୋସିମକୁ ଗିରଫ କରାଯାଇଥିଲା । ଶିବନାରାୟଣ ନିଜ ମୋବାଇଲ୍ ଫୋନ୍ ହାଇଦରକୁ ବିଭିନ୍ନ ସମୟରେ ଦେଉଥିଲେ । ସେହିପରି ମୋସିମ୍ ହାଇଦର ପାଖରୁ ଖାଇଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ପୋଲିସ କର୍ମଚାରୀଙ୍କୁ ମିଶାଇ ହାଇଦର ଫେରାର୍ ଘଟଣାରେ ବନ୍ଧା ହେଲେଣି ୮ ଜଣ ।
BREAKING NEWS
- କୁଲ୍ଲୁରେ ଭୂସ୍ଖଳନ: ଚାଲିଗଲା ୬ ଜୀବନ, ଏକାଧିକ ଆହତ
- ଦିଲ୍ଲୀ କ୍ୟାପିଟାଲ୍ସର କ୍ରମାଗତ ଦ୍ୱିତୀୟ ବିଜୟ
- କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣା; ଫସିଥିବା ଯାତ୍ରୀଙ୍କୁ ନେଇ ବାହାରିଲା ସ୍ପେଶାଲ୍ ଟ୍ରେନ୍
- ମଣିପୁର,ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଆହୁରି ୬ ମାସ ଲାଗୁ ରହିବ AFSPA
- ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…
- ନିତୀଶ କହିଦେଲେ ବଡ କଥା: ‘ଇଆଡେ ସିଆଡେ ଆଉ ନୁହେଁ, ଏଥର ତୁମ ସହ…’
- ଯୁବ ପିଢିଙ୍କୁ ଘାରିଛି ‘ଘିବଲି’: ସାମ୍ କହିଲେ, ‘ଟିକେ ବିରତି ଦିଅ’
- ଓପିଏସସି ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି
- ମୋ ସ୍ତ୍ରୀର ୪ ବୟଫ୍ରେଣ୍ଡ; ମୋତେ ମାରିବାକୁ ଧମକ ଦେଇଛନ୍ତି…
- ସାଉଦି ଆରବରେ ଦୃଶ୍ୟମାନ୍ ହେଲା ଇଦ୍ ଚାନ୍ଦ, ଭାରତରେ କାଲି ଇଦ୍
Comments are closed.