ସମ୍ୱଲପୁର: କଟକ ଏସସିବି ସର୍ଜରୀ ଓ୍ୱାର୍ଡରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ଦୁଇ ପୋଲିସ କର୍ମଚାରୀ ଗିରଫ ହୋଇଥିବା ବେଳେ ସମ୍ୱଲପୁର ରିଜର୍ଭ ଇନିସପେକ୍ଟରଙ୍କୁ ବଦଳି କରାଯାଇଛି । ତାଙ୍କ ନାଁ ମଧୁସୂଦନ ମହାପାତ୍ର । ତାଙ୍କୁ ବୌଦ୍ଧ ଜିଲ୍ଲାକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବୌଦ୍ଧରେ ଥିବା ରାଜୀବଲୋକନ ସେଠଙ୍କୁ ନିଯୁକ୍ତି ଦିଆଯାଇଛି । ଦାୟିତ୍ୱ ବଣ୍ଟନରେ ଗୁରୁତ୍ୱପର୍ଣ୍ଣ ଭୂମିକା ରହୁଥିବାରୁ ମଧୁସୂଦନ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଗତକାଲି ହାଇଦର ଫେରାର୍ ଘଟଣାରେ ସମ୍ୱଲପୁର ଜଲ ଓ୍ୱାର୍ଡର ଶିବନାରାୟଣ ନନ୍ଦ ଓ ହାଇଦର ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ମହମ୍ମଦ ମୋସିମକୁ ଗିରଫ କରାଯାଇଥିଲା । ଶିବନାରାୟଣ ନିଜ ମୋବାଇଲ୍ ଫୋନ୍ ହାଇଦରକୁ ବିଭିନ୍ନ ସମୟରେ ଦେଉଥିଲେ । ସେହିପରି ମୋସିମ୍ ହାଇଦର ପାଖରୁ ଖାଇଥିଲେ । ବର୍ତ୍ତମାନ ସୁଦ୍ଧା ଦୁଇ ପୋଲିସ କର୍ମଚାରୀଙ୍କୁ ମିଶାଇ ହାଇଦର ଫେରାର୍ ଘଟଣାରେ ବନ୍ଧା ହେଲେଣି ୮ ଜଣ ।
BREAKING NEWS
- Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ, ୨୦୩ମୋବାଇଲ ଉଦ୍ଧାର
- ଆରପାରିରେ କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର
- ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି
- ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର
- ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ
- Amrit Bharat Station:ନୂଆ ରୂପ ପାଇଲା ଓଡ଼ିଶାର ୭ ରେଳ ଷ୍ଟେସନ;ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
- ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
- ରଥଯାତ୍ରାରେ ଭକ୍ତଙ୍କ ସେବାରେ TPCODL;୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା
- Puri Rath Yatra 2026:ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି
- ଚୟନ କମିଟିଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ଅଶ୍ୱୀନ
Comments are closed.