Latest Odisha News

BREAKING NEWS

କୋଭିସିଲ୍ଡ ଟିକା ଦାମ୍ ଘୋଷଣା କଲା ସେରମ୍, ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଦେବେ ଏତିକି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟଗୁଡ଼ିକ ଟିକା ନିର୍ମାତା କମ୍ପାନୀଠାରୁ ସିଧାସଳଖ ଟିକା କିଣିପାରିବେ । ଏହାସହ ଖୋଲା ବଜାରରେ ବି ଟିକା ମିଳିବ । ଘରୋଇ ହସ୍ପିଟାଲ ବି ଟିକା କିଣିପାରିବେ । ଏଥିପାଇଁ ଦର ଧାର୍ଯ୍ୟ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଘରୋଇ ହସ୍ପିଟାଲ କୋଭିସିଲ୍ଡ ଟିକା କିଣିଲେ ଡୋଜ୍ ପିଛା ୬୦୦ ଟଙ୍କା ଦେବେ । ସେହିପରି ରାଜ୍ୟଗୁଡ଼ିକୁ ଡୋଜ୍ ପ୍ରତି ପଡ଼ିବ ୪୦୦ ଟଙ୍କା । ଏନେଇ ସେରମ୍ ଇନିଷ୍ଟିଚ୍ୟୁଟ ଆଜି ଦର ଘୋଷଣା କରିଛି ।

ସେରମ୍ ଇନିଷ୍ଟଚ୍ୟୁଟ୍ ଏନେଇ ଟ୍ୱିଟ୍ କରି ସୂଚନା ଦେବା ସହ କହିଛି, ଆସନ୍ତା ଦୁଇମାସ ପାଇଁ ଟିକା ଉତ୍ପାଦନକୁ ବଢ଼ାଯିବ। ଏହାପରେ ସରକାରଙ୍କ ନିୟମ ଅନୁଯାୟୀ କେନ୍ଦ୍ରକୁ ୫୦% ଏବଂ ଅବଶିଷ୍ଟାଂଶ କ୍ଷମତାର ୫୦% ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲକୁ ଦିଆଯିବ । ନିକଟରେ ଖୋଲା ବଜାରରେ ଟିକା ଉପଲବ୍ଧ କରିବା ନେଇ ଗ୍ରୀନ୍ ସିଗନାଲ ଦେଇଥିଲେ କେନ୍ଦ୍ର ସରକାର । ପୂର୍ବରୁ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.