Latest Odisha News

କରୋନାରେ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କ ପରଲୋକ

କୋଲକାତା: ବିଶିଷ୍ଟ ବଙ୍ଗୀୟ କବି ଶଙ୍ଖ ଘୋଷଙ୍କର ବୁଧବାର ସକାଳେ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ହୋଇଥିଲେ। ମୃତ୍ୟୁ ବେଳକୁ ଘୋଷଙ୍କୁ ୮୯ ବର୍ଷ ହୋଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପରଲୋକରେ ସମବେଦନା ଜଣାଇ କହିଛନ୍ତି ଯେ ତାଙ୍କ ମୃତ୍ୟୁ ସମାଜରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ଘୋଷଙ୍କର ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟା ଥିଲା ଏବଂ କିଛି ମାସ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଡାକ୍ତରଖାନା ଯିବାକୁ ଚାହୁଁନଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ପରିବାର ତାଙ୍କୁ ଘରେ ପୃଥକ୍‌ ରଖିବାକୁ ନିଷ୍ପତ୍ତି ନେଇଥିଲେ।

Comments are closed.