Latest Odisha News

BREAKING NEWS

ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ, ୧୨୦ରେ ଅଲଆଉଟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପଞ୍ଜାବ କିଙ୍ଗ୍‌ସ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଟସ୍ ଜିତି ପଞ୍ଜାବ ବ୍ୟାଟିଂ ନିଷ୍ପତି ନେଇଥିଲେ ମଧ୍ୟ ଏହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ଦଳ ହାଇଦ୍ରାବାଦ ବୋଲିଂର ଉଚିତ ମୁକାବିଲା କରି ନ ପାରି ୧୯.୪ ଓଭରରେ ୧୨୦ ରନରେ ଅଲଆଉଟ ହୋଇଯାଇଛି ।

ମୟଙ୍କ ଅଗ୍ରୱାଲ (୨୨), କ୍ରିସ ଗେଲ (୧୫) ଓ ଶାହାରୁଖ ଖାଁ ୨୨ ରନର ଇନିଂସ ଖେଳିଥିଲେ । ହାଇଦ୍ରାବାଦ ପକ୍ଷରୁ ଖଲୀଲ ଅହମ୍ମଦ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଅଭିଷେକ ଶର୍ମା ୨ଟି ଏବଂ ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ ଓ ରଶିଦ ଖାଁ ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.