Latest Odisha News

BREAKING NEWS

ରାଜ୍ୟର ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଓଡିଶାର ୧୨ଟି ଜିଲ୍ଲାରେ ଦିନ ୧ଟା ଯାଏଁ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଉକ୍ତ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର ଏବଂ ବାଲେଶ୍ବର ଆଦି ରହିଛି।

ତେବେ ପାଣିପାଗ ଉପରେ ନଜର ରଖିବା ସହ ତଦନୁଯାୟୀ ନିରାପଦ ସ୍ଥାନରେ ରହିବା ପାଇଁ ଲୋକଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed.