ପୁରୀ: ପୁରୀ ସହରର ବାଲିଆପଣ୍ଡା ଥାନା ଅନ୍ତର୍ଗତ ମାତା ମଠ ଲେନ ନିକଟରୁ ଶନିବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା।
ମୃତ ବ୍ୟକ୍ତି ଜଣକ ବାସେଳି ସାହି ତୁଳସୀ ନଗରର ସୋମନାଥ ମହାପାତ୍ର ବୋଲି ଜଣାପଡିଛି।
ତେବେ ତାଙ୍କ ଛାତି ଓ ପେଟରେ ଆଘାତ ଲାଗିଥିବା ବେଳେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Comments are closed.