ଭୁବନେଶ୍ୱର: ଜୁଏଲ୍ ଓରାମଙ୍କୁ କରୋନା । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସାଂସଦ । ଏଥିସହ ବିଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି । କୋଭିଡକୁ ହରାଇବା ଲାଗି ପ୍ରତିଷେଧ ମୂଳକ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ଜୁଏଲ୍ ।
I underwent #Covid-19 test today & it has turned out positive.
Those who have came in contact with me in last few days are advised to get tested for themselves and take required precautions.— Jual Oram (@jualoram) April 24, 2021
ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ପରେ ଜୁଏଲ୍ ଓରାମ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜୁଏଲ୍ ମାର୍ଚ୍ଚ ୪ ତାରିଖରେ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ ପ୍ରଥମ ଡୋଜ୍ କରୋନା ଟିକା ନେଇଥିଲେ । ଏପ୍ରିଲ୍ ୩ରେ ଦ୍ୱିତୀ ଡୋଜ୍ ଟିକା ନେଇଥିଲେ ଜୁଏଲ୍ ଓରାମ୍ ।
ଆଜି କୋଭିଡ୍19 ଦ୍ୱିତୀୟ ଟୀକା ନେବାକୁ ସୁନ୍ଦରଗଡ଼ ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲ ଯାଇଥିଲି l ସଂଯୋଗକୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଏକ ବୈଷୟିକ ଟିମ୍ ପରିଦର୍ଶନରେ ଆସିଥିଲେ l ସେମାନଙ୍କ ସହିତ ଆଲୋଚନା କରିଥିଲି l pic.twitter.com/wls8ocGNwH
— Jual Oram (@jualoram) April 3, 2021
ଟିକା ନେବା ପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏଥିସହ ପଶ୍ଚିମବଙ୍ଗ ନିର୍ବାଚନର ପ୍ରଚାରରେ ସାମିଲ୍ ହୋଇଥିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ।
Comments are closed.