Latest Odisha News

ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ୨ ଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ପ୍ରଥମ ସିଜନର ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଏହାର ମାନେ କୋଲକାତା ଆଗ ବ୍ୟାଟିଂ କରିବ । ଚଳିତ ସିଜନରେ ଏହି ୨ଟି ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କୋଲକାତା ୭ମ ଏବଂ ରାଜସ୍ଥାନ ପଂଏଟ ଟେବୁଲରେ ୮ମ ସ୍ଥାନରେ ରହିଛି । ଉଭୟ ଟିମ ବିଜୟ ସହ ନିଜ ସ୍ଥିତି ମଜଭୁତ କରିବାକୁ ଚାହିଁବେ ।

ପାୱାର ପ୍ଲେରେ ସଞ୍ଜୁ ସାମସନ ନେତୃତ୍ୱାଧୀନ ରାଜସ୍ଥାନ ସବୁଠାରୁ ଅଧିକ ଉଇକେଟ ହରାଇଛି । ଏଥିପ୍ରତି ଦଳକୁ ଧ୍ୟାନ ଦେବାକୁ ପଡିବ । ସେହିପରି ଇଅନ ମୋର୍ଗାନଙ୍କ ନେତୃତ୍ୱରେ କୋଲକାତା ପ୍ରଥମ ମ୍ୟାଚରେ ବିଜୟ ହାସଲ କରିବା ପରେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇଛି । ମୋର୍ଗାନଙ୍କୁ ଭାରତୀୟ ପିଚକୁ ଆଖି ଆଗରେ ରଖି କମ୍ବିନେଶନ ପ୍ରସ୍ତୁତ କରିବାକୁ ପଡିବ । ୱାଙ୍ଖେଡରେ କୋଲକାତା ଟିମର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ଓଭରାଲ ୯ ମ୍ୟାଚରୁ ଗୋଟିକରେ ବିଜୟୀ ହୋଇଛି ।

Leave A Reply

Your email address will not be published.