ମାଲକାନଗିରି:ପୁଣି ଲାଲ ତାଣ୍ଡବ । ମାଲକାନଗିରି ଛତିଶଗଡ ସିମାନ୍ତ ବସ୍ତର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଅପରେସନ ପ୍ରହାରକୁ ବିରୋଧ କରିଛନ୍ତି ମାଓବାଦୀ ମାନେ । ଗୋଟିଏ ପ୍ରୋକଲିନ ମେସିନକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ୧୫ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ଛୋଟେ ଡଙ୍ଗର ଗାଁରେ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ପ୍ରୋକଲିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଘଟଣା ସ୍ଥଳରେ ମାଓବାଦୀ ମାନେ କିଛି ହାତ ଲେଖା ପୋଷ୍ଟର ବି ଛାଡି ଯାଇଛନ୍ତି । ଯେଉଁ ପୋଷ୍ଟରରେ ଉଲ୍ଲେଖ ରହିଛି ଯେ ଅପରେସନ ପ୍ରହାରକୁ ବିରୋଧ କରି ପୂର୍ବ ବସ୍ତର ଡିଭିଜନର ମାଓ ସଂଗଠନ ଏହି ଘଟଣା ଘଟାଇଛନ୍ତି । ଏହାର ବିରୋଧ କରିବା ସହିତ ଆସନ୍ତା ୨୬ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ ।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.