ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ କେଦାର ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମରେ ‘ଓଡ଼ିଆ ଭାଗବତରେ ସୁଭାଷିତ’ ଶୀର୍ଷକରେ, ୱେବିନାର ମାଧ୍ୟମରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି।
ପୂର୍ବତନ ଆଇଏଏସ ଅଧିକାରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ଵବିଦ୍ୟାଳୟର ସଂସ୍କୃତ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ରଘୁନାଥ ପଣ୍ଡା , ମାଡ୍ରାସ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ପାଣିନୀ ଏଜୁକେସନାଲ ଆଣ୍ଡ କଲଚରାଲ ଟ୍ରଷ୍ଟର୍ ସଭାପତି ପ୍ରଫେସର ସିନିରୁଦ୍ଧ ଦାଶ ଯୋଗ ଦେଇଥିଲେ।
ଭାଗବତ ଓଡ଼ିଆ ଭାଷାର ହେଉ କି ସଂସ୍କୃତ ଭାଷାର ଏହା ସବୁବେଳେ ଆମ ପାଇଁ ଏକ ଅମୂଲ୍ୟ ସମ୍ପଦ । ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ଭାବ , ଭକ୍ତି ଓ ଭାଷାର ସମ୍ମିଶ୍ରଣରେ ଅମୃତ ତୁଲ୍ୟ। ଏହା କେବଳ ଏକ ପୋଥି ନୁହେଁ ବରଂ ଜୀବନର ମାର୍ଗଦର୍ଶିକା ବୋଲି ପ୍ରଫେସର ପଣ୍ଡା ମତ ଦେବା ସହ ଭାଗବତର ଭକ୍ତିରସ ବିଷୟରେ ଆଲୋଚନା କରିଥିଲେ।
ଏହି ଭଗବତମୟ ବିତର୍କରେ ପ୍ରଫେସର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ, ଡ. ତମସା ଦାସ ମହାପାତ୍ର, ଡ. ବିଜୟ ଲଷ୍ମୀ ମହାନ୍ତି, ଡ. ସତ୍ୟନାରାୟଣ ଆଚାର୍ଯ୍ୟ, ଡ. ମମତା ମିଶ୍ର, ଅନିତା ସାବତ, ନଳିନୀ ମିଶ୍ର, କମଳ କୁମାରୀ ଦାଶ, ମିନାକ୍ଷୀ ତ୍ରିପାଠୀ, ମୈତ୍ରେୟୀ କାମିଲା ପ୍ରମୁଖ ଯୋଗ ଦେଇଥିଲେ।
ଡ. ଦେବାଶିଷ ମହାପାତ୍ରଙ୍କ ପରିଚାଳନାରେ ଆୟୋଜିତ ଏହି ୱେବିନାରରେ ଡ. କୁମୁଦ ପ୍ରସାଦ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ବିଭୁତି ଭୂଷଣ ମହାପାତ୍ର ବେଦ ପାଠ କରିଥିଲେ ଓ ପରିଶେଷରେ ଡ. ରମେଶ ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ।