Latest Odisha News

BREAKING NEWS

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି।

ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ତେବେ ଭଦ୍ରକ, କଟକ, ଗଞ୍ଜାମରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ କେନ୍ଦୁଝରରୁ ୨ ଓ ଖୋର୍ଦ୍ଧାରୁ ୩ ଜଣ ଏବଂ ସୁନ୍ଦରଗଡ଼ରୁ ଜଣେ ବ୍ୟକ୍ତିଙ୍କର କରୋନାରେ ମୃତ୍ୟ ଘଟିଥିବା ସୁତ୍ରରୁ ପ୍ରକାଶ।

ଅଧିକ ପଢନ୍ତୁ- ଆଜି ରାଜ୍ୟରୁ ୬୫୯୯ କରୋନା ପଜିଟିଭ୍, ଗଞ୍ଜାମରେ ଦିନକରେ ସଂକ୍ରମଣ ବଢ଼ିଲା ୭୦%

Leave A Reply

Your email address will not be published.