Latest Odisha News

BREAKING NEWS

ପ୍ଲାନେଟୋରିୟମ୍ ଓ ଆଦିବାସୀ ସଂଗ୍ରହାଳୟରେ ହେବ ଭର୍ଚୁଆଲ ଶୋ’

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଳା ଭୂମି, ଆଦିବାସୀ ସଂଗ୍ରହାଳୟ ଏବଂ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ବନ୍ଦ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଆଚାର୍ଯ୍ୟ ବିହାରରେ ଥିବା ପ୍ଲାନେଟୋରିୟମ୍ ଏପ୍ରିଲ୍ 20 ଏବଂ ସିଆରପିଏଫ ସ୍କୋୟାର ସ୍ଥିତି ଆଦିବାସୀ ସଂଗ୍ରହାଳୟ ଦର୍ଶକ ମାନଙ୍କ ଲାଗି ଏପ୍ରିଲ ୨୬ରେ ବନ୍ଦ କରାଯାଇଥିଲା।

ପ୍ଲାନେଟୋରିୟମର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ମେ 1ରୁ ଭର୍ଚୁଆଲ୍ ଶୋ ଯୋଜନା କରାଯାଉଛି। ଦର୍ଶକ ମାନେ www.ostm.in ୱେବସାଇଟ୍ ମାଧ୍ୟମରେ ଓଡିଶାର ଆଦିବାସୀମାନଙ୍କ ସଂସ୍କୃତି ଏବଂ ଜୀବନଶୈଳୀ ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ।

Comments are closed.