ଢେଙ୍କାନାଳ:ସରାଙ୍ଗରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭଗବାନ ବିଷ୍ଣୁଙ୍କର ଶୟନ ମୂର୍ତ୍ତି । ନିକଟରେ ବିଷ୍ଣଙ୍କର ଏକ ମନ୍ଦିର ରହିଥିବା ବେଳେ ନଦୀ କୂଳରେ ବିରାଜମାନ ଶୟନ ମୂର୍ତ୍ତି । ତେବେ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା । ପ୍ରତିଦିନ ଦୂରଦୂରାନ୍ତରୁ ଲୋକେ ଏହି ସ୍ଥାନକୁ ଆସିଥାନ୍ତି । ହେଲେ କରୋନା କଟକଣା ଯୋଗୁ ଜନ ଶୂନ୍ୟ ହୋଇପଡିଛି ଏହି ଅଞ୍ଚଳ । ବିଷ୍ଣୁଙ୍କର ପୂଜା ମଧ୍ୟ ବନ୍ଦ ରହିଛି ଏହି ସମୟରେ ।
ମନ୍ଦିର ନିକଟରେ ବିଶାଳକାୟ ବିଷ୍ଣୁ ମୂର୍ତ୍ତି ଶୟନ ଅବସ୍ଥାରେ ରହିଛି । ବିଶ୍ୱାସ ରହିଛି ତହା ରାଜାରାଜୁଡା ଅମଳରୁ ତିଆରି ହୋଇଥିଲା । ପରଜଙ୍ଗର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ବହିଲେ ବି ଅତ୍ୟୁକ୍ତି ହେବନି । ସରାଙ୍ଗରେ ବ୍ରାହ୍ମଣୀ ନଦୀ ଗର୍ଭରେ ରହିଛି ଏହି ବିଶାଳ ବିଷ୍ଣୁଙ୍କ ମୂର୍ତ୍ତିା ଯାହାର ଲମ୍ବ ୫୧ଫୁଟ ଓ ଓସାର ୨୩ଫୁଟ ରହିଛି । ଚାରି ହାତରେ ରହିଛି ଶଙ୍ଖ ଚକ୍ର ଗଦା ପଦ୍ମ । ଅନନ୍ତ ସର୍ପ ଘେରା ବିଷ୍ଣୁଙ୍କ ମୂର୍ତ୍ତିକୁ ପୂଜା ମଧ୍ୟ କରାଯାଇଥାଏ । ଏନେଇ ଲୋକଙ୍କ ମନରେ ରହିଛି ବିଶ୍ୱାସ । ଆଉ ଏହି ବିଶ୍ୱାସ ଆଧାରରେ ଦୂରଦୂରାନ୍ତରୁ ଲାଗିଥାଏ ଭିଡା ହେଲେ ଏବେ ବି ସେହି ପୀଠ ଖାଁ ଖାଁ ଲାଗୁଛି । କରୋନା କଟକଣା ଯୋଗୁ କେବଳ ନଦୀ ପାଣି ବିଷ୍ଣୁଙ୍କୁ ସ୍ପର୍ଶ କରି ଫେରିଯାଉଛି । କୌଣସି ଶ୍ରଦ୍ଧାଳୁ କି ପର୍ଯ୍ୟଟକଙ୍କ ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ତେବେ କରୋନା କମିବା ପରେ ଯାଇ ଏହି ସ୍ଥାନ ପୁଣି ଚଳଚଞ୍ଚଳ ହୋଇଉଠିବ । ଆଉ ପୁଣି ଥରେ ପୂଜା ପାଇବେ ଭଗବାନ ବିଷ୍ଣୁ.. …
BREAKING NEWS
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
- Union Budget 2026: ଚଳିତ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ କଣ ମିଳିଲା…
- Budget 2026: ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା; ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ପ୍ରତିଷ୍ଠା ହେବ
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
Comments are closed.