ଢେଙ୍କାନାଳ:ସରାଙ୍ଗରେ ବ୍ରାହ୍ମଣୀ ନଦୀ କୂଳରେ ରହିଛି ଭଗବାନ ବିଷ୍ଣୁଙ୍କର ଶୟନ ମୂର୍ତ୍ତି । ନିକଟରେ ବିଷ୍ଣଙ୍କର ଏକ ମନ୍ଦିର ରହିଥିବା ବେଳେ ନଦୀ କୂଳରେ ବିରାଜମାନ ଶୟନ ମୂର୍ତ୍ତି । ତେବେ ଏହା ଏକ ପର୍ଯ୍ୟଟନସ୍ଥଳୀ ଭାବେ ମଧ୍ୟ ଜଣାଶୁଣା । ପ୍ରତିଦିନ ଦୂରଦୂରାନ୍ତରୁ ଲୋକେ ଏହି ସ୍ଥାନକୁ ଆସିଥାନ୍ତି । ହେଲେ କରୋନା କଟକଣା ଯୋଗୁ ଜନ ଶୂନ୍ୟ ହୋଇପଡିଛି ଏହି ଅଞ୍ଚଳ । ବିଷ୍ଣୁଙ୍କର ପୂଜା ମଧ୍ୟ ବନ୍ଦ ରହିଛି ଏହି ସମୟରେ ।
ମନ୍ଦିର ନିକଟରେ ବିଶାଳକାୟ ବିଷ୍ଣୁ ମୂର୍ତ୍ତି ଶୟନ ଅବସ୍ଥାରେ ରହିଛି । ବିଶ୍ୱାସ ରହିଛି ତହା ରାଜାରାଜୁଡା ଅମଳରୁ ତିଆରି ହୋଇଥିଲା । ପରଜଙ୍ଗର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ବହିଲେ ବି ଅତ୍ୟୁକ୍ତି ହେବନି । ସରାଙ୍ଗରେ ବ୍ରାହ୍ମଣୀ ନଦୀ ଗର୍ଭରେ ରହିଛି ଏହି ବିଶାଳ ବିଷ୍ଣୁଙ୍କ ମୂର୍ତ୍ତିା ଯାହାର ଲମ୍ବ ୫୧ଫୁଟ ଓ ଓସାର ୨୩ଫୁଟ ରହିଛି । ଚାରି ହାତରେ ରହିଛି ଶଙ୍ଖ ଚକ୍ର ଗଦା ପଦ୍ମ । ଅନନ୍ତ ସର୍ପ ଘେରା ବିଷ୍ଣୁଙ୍କ ମୂର୍ତ୍ତିକୁ ପୂଜା ମଧ୍ୟ କରାଯାଇଥାଏ । ଏନେଇ ଲୋକଙ୍କ ମନରେ ରହିଛି ବିଶ୍ୱାସ । ଆଉ ଏହି ବିଶ୍ୱାସ ଆଧାରରେ ଦୂରଦୂରାନ୍ତରୁ ଲାଗିଥାଏ ଭିଡା ହେଲେ ଏବେ ବି ସେହି ପୀଠ ଖାଁ ଖାଁ ଲାଗୁଛି । କରୋନା କଟକଣା ଯୋଗୁ କେବଳ ନଦୀ ପାଣି ବିଷ୍ଣୁଙ୍କୁ ସ୍ପର୍ଶ କରି ଫେରିଯାଉଛି । କୌଣସି ଶ୍ରଦ୍ଧାଳୁ କି ପର୍ଯ୍ୟଟକଙ୍କ ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି । ତେବେ କରୋନା କମିବା ପରେ ଯାଇ ଏହି ସ୍ଥାନ ପୁଣି ଚଳଚଞ୍ଚଳ ହୋଇଉଠିବ । ଆଉ ପୁଣି ଥରେ ପୂଜା ପାଇବେ ଭଗବାନ ବିଷ୍ଣୁ.. …
BREAKING NEWS
- କୋରାପୁଟରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ: ରେଳ ଚଳାଚଳ ପ୍ରଭାବିତ, ଏକାଧିକ ଟ୍ରେନ୍ ବାତିଲ୍
- ଏଣିକି ଆପାର୍ଟମେଣ୍ଟ କିଣାବିକା ହେବ ସହଜ, ୨୦ ହଜାର ଟଙ୍କାକୁ ଖସିଲା ପଞ୍ଜିକରଣ ଦେୟ
- ଏସିଆନ୍ ଗେମ୍ସରେ ଗୁଲବୀରଙ୍କ ଐତିହାସିକ ସଫଳତା: ୩ ଦିନରେ ଜିତିଲେ ୩ଟି ମେଡାଲ
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା
- CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
- Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ
- IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’
- ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ
- Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍

Comments are closed.