Latest Odisha News

BREAKING NEWS

ଭୁବନେଶ୍ୱରର ୨୬ଟି ସ୍ଥାନରେ କୋଭିଡ୍ ଟିକାକରଣ, ଜାଣନ୍ତୁ ଭ୍ୟାକ୍ସିନେସନ ସମୟ…

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି । ଏଥିସହ ପୂର୍ବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିବା ଟିକାଦାନ ଜାରି ରହିଛି । ଭୁବନେଶ୍ୱରର ୨୬ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କରାଯାଉଥିବା ନେଇ ବିଏମସି ସୂଚନା ଦେଇଛି । ଏଥିସହ ୧୮ରୁ ୪୪ ବୟସ୍କଙ୍କୁ ଟିକା ନେବା ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହୋଇଛି । କୋ-ୱିନ୍ ଆପରେ ଟିକା ପାଇଁ ପଞ୍ଜିକରଣ କରି ହେବ ।

ଏଥିସହ ଟିକାକରଣ ସମୟ ନିର୍ଦ୍ଧାରଣ କରିଛି ବିଏମସି । ୧୮ରୁ ୪୪ ବୟସ୍କଙ୍କୁ ସକାଳ ୮ଟାରୁ ଦିନ ଗୋଟାଏ ଯାଏ କୋଭିଡ୍ ଟିକା ଦିଆଯିବ । ସେହିଭଳି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ୪୫ ବର୍ଷରୁ ଅଧିକ ବୟସ୍କ କୋଭିଡ୍ ଟିକା ନେଇପାରିବେ । ତେବେ, ସମସ୍ତେ ଅନଲାଇନରେ ପଞ୍ଜିକରଣ କରି ଟିକାକରଣ କେନ୍ଦ୍ରକୁ ଆସିବାକୁ ବିଏମସି କହିଛି ।

Leave A Reply

Your email address will not be published.