Latest Odisha News

BREAKING NEWS

ଖୋଲିଲା ଇଭିଏମ୍ ପେଡ଼ି: ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ

ନୂଆଦିଲ୍ଲୀ: ଆଜି ଫୈସଲାର ଦିନ । ଜନାଦେଶ କାହା ସପକ୍ଷରେ ଯିବ । ଖୋଲିଲା ଇଭିଏମ୍ ପେଡ଼ି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନର ଆସିବ ଫଳାଫଳ । ସକାଳ ୮ଟାରୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । କୋଭିଡ୍ ଗାଇଡଲାଇନ୍ ଓ କଡ଼ା ସୁରକ୍ଷା ଭିତରେ କାଉଣ୍ଟିଂ ଚାଲିଛି । ଏଥିପାଇଁ ମୋଟ ୨ହଜାର ୩୬୪ଟି କାଉଣ୍ଟିଂ ହଲ୍ କରାଯାଇଛି । ନିୟୋଜିତ ଅଛନ୍ତି ୮୨୨ ରିଟର୍ଣ୍ଣିଂ ଅଫିସର । ୧୧ଶହ କାଉଣ୍ଟିଂ ଅବଜରଭର୍ ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ଭୋଟ୍ ଗଣତି ସହ ରାଜନୈତିକ ଦଳଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି ।

ଫୋକସରେ ରହିଛି ହାଇଭୋଲଟେଜ୍ ପଶ୍ଚିମବଙ୍ଗ ବିଧାନସଭା ଆସନ । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ କହୁଛି ପଶ୍ଚିମବଙ୍ଗରେ ଟିଏମସି-ବିଜେପି ମଧ୍ୟରେ କଡ଼ା ଫାଇଟ୍ ହୋଇଛି । କିନ୍ତୁ ସରକାର ଗଢ଼ିବ ଟିଏମସି । ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମମତା ବାନାର୍ଜୀ । ଗତ ନିର୍ବାଚନ ଅପେକ୍ଷା ଏଥର ପଶ୍ଚିମବଙ୍ଗରେ ବିଜେପିର ସିଟ୍ ବଢ଼ିବ ।

ଆସାମ ଓ କେରଳରେ କ୍ଷମତା ବଜାର ରଖି ପାରନ୍ତି ବର୍ତ୍ତମାନର ସରକାର । ଆସାମରେ ପୁଣି ଥରେ ବିଜେପି ସରକାର ଗଢ଼ିପାରେ । ବିଭିନ୍ନ ସଂସ୍ଥାର ଘର ବାହୁଡ଼ା ମତରୁ ଏହା ଜଣାପଡ଼ିଛି । ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପିକୁ ୬୫ରୁ ଅଧିକ ଆସନ ମିଳିବା ଆକଳନ କରାଯାଉଛି ।

ସେହିପରି କେରଳରେ ଶାସନ ଡୋରି ନିଜ ହାତରେ ପୁଣି ଥରେ ରଖିପାରେ ସିପିଏମ୍ ନେତୃତ୍ୱାଧୀନ ଏଲଡିଏଫ୍ । ତେବେ ତାମିଲନାଡୁରେ ବଦଳିପାରେ ଚିତ୍ର । ଏଆଇଏଡିଏମକେ-ବିଜେପି ମେଣ୍ଟକୁ ହରାଇ ଡିଏମକେ-କଂଗ୍ରେସ ମେଣ୍ଟ ସରକାର ଗଠନ କରିପାରନ୍ତି । ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ସର୍ଭେରୁ ଏଭଳି ଚିତ୍ର ସାମନାକୁ ଆସିଛି । ସେହିପରି ପୁଡୁଚେରୀରେ ବି କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ନେଇପାରେ ବିଜେପି । ଗଣତି ପରେ ସ୍ପଷ୍ଟ ହେବ ଏକଜିଟ୍ ପୋଲ୍ କେତେ ସତ ହେଉଛି ।

Leave A Reply

Your email address will not be published.