Latest Odisha News

ଚେକ୍ ଡ୍ୟାମ୍‌ରେ ବୁଡି ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ

ଢେଙ୍କାନାଳ: ଅକାତ ପାଣିରେ ବୁଡି ଜଣେ ୨ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ଖବର ଢେଙ୍କାନାଳରେ ଶୋକର ଛାୟା ଖେଳାଇଛି । କୁସୁମୁଣ୍ଡିଆ ଗାଁରେ ଥିବା ଚେକ୍ ଡ୍ୟାମରେ ବୁଡି ପ୍ରାଣ ହରାଇଥିବା ଶିଶୁଟି ନରେଶ ମୁଣ୍ଡାଙ୍କ ଝିଅ ଶ୍ରୁତିରେଖା ମୁଣ୍ଡା ।

ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୧୨ଟା ସମୟରେ ଶ୍ରୁତିରେଖା ଗାଁର ଅନ୍ୟ ପିଲାଙ୍କ ସହ ଡ୍ୟାମ ନିକଟରେ ଗାଧୋଉଥିଲା । ହେଲେ ହଠାତ୍ ଦୁର୍ଘଟଣାବଶତଃ ପାଣିରେ ବୁଡିଯାଇଥିଲା । ସ୍ଥାନୀୟ ଲୋକେ ବହୁକଷ୍ଟରେ ଶିଶୁଟିକୁ ଡ୍ୟାମରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଶ୍ରୁତିରେଖାକୁ ମୃତ ଘୋଷଣା କରିବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି ।

Leave A Reply

Your email address will not be published.