ଚଣ୍ଡିଗଡ଼: କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଆଉ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ନିଷ୍ପତ୍ତି ଯଦିଓ ବିବାଦୀୟ ତଥାପି ଏଭଳି ପଦକ୍ଷେପ ଅନେକଙ୍କୁ ଆଶ୍ୱସ୍ତି ଦେଇଛି । ସରକାର ଏଥିରୁ ରାଜସ୍ୱ ମାଧ୍ୟମରେ ଆଶ୍ୱସ୍ତି ପାଇଥିବା ବେଳେ ଲୋକ ମଦରେ ସଉକ ଥିବା ଲୋକଙ୍କ ପାଇଁ ଏହା ବଡ଼ ଖବର ।
ପଞ୍ଜାବ ସରକାର ମଦକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ରଖିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି କ୍ରମେ ଲକଡାଉନ୍ ସମୟରେ ମଦ ଦୋକାନ ଖୋଲା ରହିବ । ସୂଚନା ଯୋଗ୍ୟ, ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ପଞ୍ଜାବରେ ମେ ୧୫ ତାରିଖ ଯାଏ ଲକଡାଉନ୍ ଘୋଷଣା କରାଯାଇଛି । ଲକଡାଉନ୍ ସମୟରେ ଜରୁରୀ ସେବାକୁ ବାଦ୍ ଦିଆଯାଇଛି ।
Comments are closed.