Latest Odisha News

BREAKING NEWS

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ଯୋଗୁ ଅନେକ ସେଲିବ୍ରିଟିଙ୍କ ମୃତ୍ୟୁ ହୋଇସାରିଲାଣି। ଏହାମଧ୍ୟରେ କରୋନାରେ ବଲିଉଡ୍‌ ତଥା ମରାଠୀ ଅଭିନେତ୍ରୀ ଅଭିଳାଶା ପାଟିଲଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅଭିଳାଶାଙ୍କୁ ମୃତ୍ୟୁ ବେଳକୁ ୪୦ ବର୍ଷ ହୋଇଥିଲା।

ଅଭିଳାଶା ବିଭିନ୍ନ ମରାଠୀ ଏବଂ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ଯେଉଁଥିରେ ବଲିଉଡ ଚଳଚ୍ଚିତ୍ର ଛିଛୋରେ, ବଦ୍ରିନାଥ କି ଦୁଲହାନିଆ, ଗୁଡ୍ ନ୍ୟୁଜ୍ ଏବଂ ମଲାଲ୍ ସାମିଲ୍‌ ଅଛି। ଏହାବ୍ୟତୀତ ଅଭିଳାଶା ଟି ଆଥ୍ ଦିୱାସ, ପିପ୍ସୀ, ବାଇକୋ ଦେତା କା ବାଇକୋ, ପ୍ରୱାସ ଏବଂ ତୁଝା ମାଝା ଆରେଞ୍ଜ ମ୍ୟାରେଜ୍‌ ଭଳି ମରାଠୀ ଚଳଚ୍ଚିତ୍ରରେ ଅଭିନୟ ପାଇଁ ମଧ୍ୟ ଜଣାଶୁଣା ଥିଲେ।

Leave A Reply

Your email address will not be published.