Latest Odisha News

BREAKING NEWS

ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଲମ୍ବିତ !

ମାଲକାନଗିରି: ନିଲମ୍ବିତ ହେଲେ ପୂର୍ବତନ ତହସିଲଦାର ବାବୁ । ଆଉ ତା ପୁଣି ଜମି ଦୁର୍ନୀତି ମାମଲାରେ । କିଛି ଏପରି ଖବରକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । କାଲିମେଳାର ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ କିଛି ମାସ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଜମି ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତ୍ତି କରି ଗତକାଲି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ତରଫରୁ ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବିତ କରାଯାଇଥିଲା । ମିଳିଥିବା ରିପୋର୍ଟ ଅନୁଯାୟୀ କାଲିମେଳାରେ ତହସିଲଦାର ଥିବା ସମୟରେ ଆଲୋକ ବେଆଇନ ଭାବେ ଠିକାଦାର, ପୁଂଜିପତି ଓ ସରକାରୀ କର୍ମଚାରୀଙ୍କୁ ଶାଗ ମାଛ ଦରରେ ମୂଲ୍ୟବାନ ଜମିର ପଟା ପ୍ରଦାନ କରିଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ତୀବ୍ର ବିରୋଧ କରିଥିଲେ ।

ଜମି ଦୁର୍ନୀତି ଘଟଣାର ତଦନ୍ତ କରିଥିଲେ ମାଲକାନଗିରି ଜିଲ୍ଲାପାଳ । ତଦନ୍ତରେ ସାମ୍ନାକୁ ଆସିଥିଲା ସତ । ଦୁର୍ନୀତି ମାମଲାରେ କାଲିମେଳା ତହସିଲର ଜଣେ କିରାଣୀ ଓ ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା । ସେହିଭଳି ଜଣେ ଡାଟା ଏଣ୍ଟ୍ରି ଅପରେଟର୍‌କୁ ଖଇରପୁଟ ତହସିଲକୁ ବଦଳି କରାଯାଇଥିଲା । ଅନ୍ୟପଟେ ଆଲୋକ କୁମାର ଅନୁଗୁଳିଆଙ୍କୁ ଡେପୁଟି କଲେକ୍ଟର୍ ଭାବେ କୋରାପୁଟ ଜିଲ୍ଲାକୁ ବଦଳି କରାଯାଇଛି ।

Leave A Reply

Your email address will not be published.