ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ପ୍ରଶଂସା। କରୋନା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟ୍ । ‘ଭାରତରେ କୋଭିଡ୍ ଏମର୍ଜେନ୍ସୀ’ ଶୀର୍ଷକ ସମ୍ପାଦକୀୟରେ ଓଡ଼ିଶାର ଅକ୍ସିଜେନ୍ ଯୋଗାଣ କଥା ଉଲ୍ଲେଖ କରିଛି । କରୋନାର ସେକେଣ୍ଡ ଓ୍ୱେଭ ବେଳେ ଭାରତରେ ଅକ୍ସିଜେନକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହେଲା । ଲାନସେଟ କହିଛି, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି କିଛି ରାଜ୍ୟରେ ଅନାଚନ ସଂକ୍ରମଣ ବୃଦ୍ଧି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହେଲା । ହସ୍ପିଟାଲ ଭର୍ତ୍ତି ହୋଇଗଲା । ଶ୍ମଶାନରେ ଶେଷକୃତ୍ୟ ପାଇଁ ଜାଗା ବି ମିଳିଲା ନାହିଁ ।

ଦି ଲାନସେଟ୍ ନିଜ ସମ୍ପାଦକୀୟରେ ଓଡ଼ିଶାକୁ ତାରିଫ କରି କହିଛି, ଓଡ଼ିଶା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିଥିଲା । ଉତ୍ତମ ପ୍ରସ୍ତୁତି କରିଥିଲା । ଅଧିକ ମେଡିକାଲ୍ ଅକ୍ସିଜେନ ଉତ୍ପାଦନ କଲା ଓଡ଼ିଶା । ଯେତେବେଳେ ସାରା ଦେଶରେ ଅକ୍ସିଜେନ୍ ସମସ୍ୟା ଥିଲା ଅନ୍ୟ ରାଜ୍ୟକୁ ବି ଓଡ଼ିଶା ଯୋଗାଣ କଲା ବୋଲି ଲାନସେଟ୍ କହିଛି । ଏହାସହ କେରଳକୁ ବି କରୋନା ମୁକାବିଲା ପ୍ରସ୍ତୁତି ନେଇ ପ୍ରଶଂସା କରିଛି ।

କେନ୍ଦ୍ର ସରକାରଙ୍କ କୋଭିଡ୍ ମୁକାବିଲା ପ୍ରସ୍ତୁତିକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ଦି ଲାନସେଟ୍ । ସେକେଣ୍ଡ ଓ୍ୱେଭ ଆସିବା ଓ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିଲେ ବି ଭାରତରେ ବଡ଼ ବଡ଼ ରାଜନୈତିକ ରାଲି ହେଲା । ଧାର୍ମିକ ପର୍ବପର୍ବାଣୀ ଭଳି ସୁପରସ୍ପ୍ରେଡର ଇଭେଣ୍ଟକୁ ସରକାର ଅନୁମତି ଦେଲେ ବୋଲି ଲାନସେଟ୍ କହିଛି । ଟିକାକରଣକୁ ନେଇ ବି ସମାଲୋଚନା କରିଛି ବ୍ରିଟିଶ ଜର୍ଣ୍ଣାଲ ।
BREAKING NEWS
- ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି
- ଯାଜପୁର ବ୍ୟାସନଗର କଲେଜରେ ବୋମାମାଡ, ଆତଙ୍କିତ ଛାତ୍ରଛାତ୍ରୀ
- ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବୟସ ଜାଲିଆତି ଅଭିଯୋଗ; ଚାକିରି ଅବଧି ବଢ଼ାଇବାକୁ…
- Nana Patekar Dialogues: ଡାଏଲଗ୍ କହୁନଥିଲେ, ଚରିତ୍ର ଜୀବନ୍ତ କରୁଥିଲେ ନାନା! ‘ଏ ଦୁଃଖ୍ କାହେ ଖତମ୍ ନେହିଁ ହୋତା ବେ!’ ଠାରୁ ‘ଆଗୟେ ମେରେ ମତ୍…’, କାନରେ ଗୁଞ୍ଜରିତ ହେଉଛି ସ୍ବର…
- ବାଇକ୍କୁ ଧକ୍କା ଦେଲା ଟ୍ରକ୍; ଦମ୍ପତି ମୃତ
- Nana Patekar in Army: ଫିଲ୍ମ ଛାଡ଼ି ସୀମାରେ ପହଞ୍ଚିଥିଲେ ନାନା! କେବଳ ପରଦାରେ ନୁହେଁ, ସତରେ କାରଗିଲରେ ପାକିସ୍ତାନ ବିରୋଧରେ ଲଢ଼ିଥିଲେ!
- ଗଞ୍ଜାମରେ ଟିପିଏସ୍ଓଡିଏଲ୍ର ମେଗା ‘ସେବା ସେତୁ’ କ୍ୟାମ୍ପ…
- Nana Patekar’s Real Name: ‘ନାନା’ ନଥିଲା ତାଙ୍କ ପ୍ରକୃତ ନାଁ; ମାଆଙ୍କ ବନ୍ଧୁଙ୍କ ସ୍ନେହର ଡାକ…ଆଜି ସେହି ନାଁରେ କାନ୍ଦୁଛି ସାରା ସିନେମା ଜଗତ
- ସାଉଦି ବିମାନବନ୍ଦର ଉପରେ ହୁତି ଆକ୍ରମଣ: ୩ ମୃତ, ୩୬ ଆହତ
- ଇଣ୍ଡିଆ ମେଣ୍ଟ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ, କଂଗ୍ରେସର ରେଳରୋକ୍

Comments are closed.