ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ପ୍ରଶଂସା। କରୋନା ମୁକାବିଲା ପ୍ରସ୍ତୁତି ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବ୍ରିଟିଶର ପ୍ରତିଷ୍ଠିତ ଓ ସର୍ବପୁରାତନ ମେଡିକାଲ୍ ଜର୍ଣ୍ଣାଲ ଦି ଲାନସେଟ୍ । ‘ଭାରତରେ କୋଭିଡ୍ ଏମର୍ଜେନ୍ସୀ’ ଶୀର୍ଷକ ସମ୍ପାଦକୀୟରେ ଓଡ଼ିଶାର ଅକ୍ସିଜେନ୍ ଯୋଗାଣ କଥା ଉଲ୍ଲେଖ କରିଛି । କରୋନାର ସେକେଣ୍ଡ ଓ୍ୱେଭ ବେଳେ ଭାରତରେ ଅକ୍ସିଜେନକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହେଲା । ଲାନସେଟ କହିଛି, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି କିଛି ରାଜ୍ୟରେ ଅନାଚନ ସଂକ୍ରମଣ ବୃଦ୍ଧି ସଙ୍ଗୀନ ପରିସ୍ଥିତି ସୃଷ୍ଟି ହେଲା । ହସ୍ପିଟାଲ ଭର୍ତ୍ତି ହୋଇଗଲା । ଶ୍ମଶାନରେ ଶେଷକୃତ୍ୟ ପାଇଁ ଜାଗା ବି ମିଳିଲା ନାହିଁ ।

ଦି ଲାନସେଟ୍ ନିଜ ସମ୍ପାଦକୀୟରେ ଓଡ଼ିଶାକୁ ତାରିଫ କରି କହିଛି, ଓଡ଼ିଶା କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରହିଥିଲା । ଉତ୍ତମ ପ୍ରସ୍ତୁତି କରିଥିଲା । ଅଧିକ ମେଡିକାଲ୍ ଅକ୍ସିଜେନ ଉତ୍ପାଦନ କଲା ଓଡ଼ିଶା । ଯେତେବେଳେ ସାରା ଦେଶରେ ଅକ୍ସିଜେନ୍ ସମସ୍ୟା ଥିଲା ଅନ୍ୟ ରାଜ୍ୟକୁ ବି ଓଡ଼ିଶା ଯୋଗାଣ କଲା ବୋଲି ଲାନସେଟ୍ କହିଛି । ଏହାସହ କେରଳକୁ ବି କରୋନା ମୁକାବିଲା ପ୍ରସ୍ତୁତି ନେଇ ପ୍ରଶଂସା କରିଛି ।

କେନ୍ଦ୍ର ସରକାରଙ୍କ କୋଭିଡ୍ ମୁକାବିଲା ପ୍ରସ୍ତୁତିକୁ ନେଇ ଅନେକ ପ୍ରଶ୍ନ ଉଠାଇଛି ଦି ଲାନସେଟ୍ । ସେକେଣ୍ଡ ଓ୍ୱେଭ ଆସିବା ଓ ସଂକ୍ରମଣ ବୃଦ୍ଧି ଆଶଙ୍କା ଥିଲେ ବି ଭାରତରେ ବଡ଼ ବଡ଼ ରାଜନୈତିକ ରାଲି ହେଲା । ଧାର୍ମିକ ପର୍ବପର୍ବାଣୀ ଭଳି ସୁପରସ୍ପ୍ରେଡର ଇଭେଣ୍ଟକୁ ସରକାର ଅନୁମତି ଦେଲେ ବୋଲି ଲାନସେଟ୍ କହିଛି । ଟିକାକରଣକୁ ନେଇ ବି ସମାଲୋଚନା କରିଛି ବ୍ରିଟିଶ ଜର୍ଣ୍ଣାଲ ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.