Latest Odisha News

ଲକଡାଉନ୍ ପ୍ରଭାବ: ରାଜ୍ୟରେ ଖସୁଛି କରୋନା ପଜିଟିଭ୍ ହାର, ତିନି ଦିନରେ ୩% ହ୍ରାସ

ଭୁବନେଶ୍ୱର: ଓଡ଼ିଶାରେ ତିନି ଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସୁଛି । ୧୨ ହଜାରରୁ ୧୦ ହଜାରକୁ ହ୍ରାସ ପାଇଛି । ଲକଡାଉନ୍ ପରେ କମିଛି ପଜିଟିଭିଟ୍ ରେଟ୍ । ଗତ ୭୨ ଘଣ୍ଟା ଭିତରେ ୩ ପ୍ରତିଶତ ହ୍ରାସ ପାଇଛି । ଆଜି ପଜିଟିଭ୍ ହାର ରହିଛି ୨୦.୭୩ ପ୍ରତିଶତ । ଗତକାଲି ଥିଲା ୨୧.୮୧ ପ୍ରତିଶତ ।

ସେହିପରି ୮ ତାରିଖରେ କରୋନା ପଜିଟିଭ୍ ହାର ୨୩.୨୧ ପ୍ରତିଶତ ଓ ୭ ତାରିଖରେ ୨୪ପ୍ରତିଶତ ଥିଲା ପଜିଟିଭିଟି ରେଟ୍ । ଗତ ୫ ତାରିଖରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହୋଇଛି । ତାପରଠୁ କ୍ରମାଗତ ଖସୁଛି ପଜିଟିଭ୍ ହାର ।

ବିଶେଷ କରି ଅଧିକ ସଂକ୍ରମିତ ଜିଲ୍ଲାଗୁଡ଼ିକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଛି । ଗତକାଲି ଖୋର୍ଦ୍ଧାରୁ ୧୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଏହି ସଂଖ୍ୟା ୧୩୨୯କୁ ଖସିଛି । ସେହିପରି ଗତକାଲି ସୁନ୍ଦରଗଡ଼ରୁ ୯୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୮୨୪ । କଟକରୁ ଗତକାଲି ୮୮୭ ଜଣ ସଂକ୍ରମିତ ବାହାରିଥିବା ବେଳେ ଆଜି ୭୨୦ ରହିଛି । ଗତକାଲି ସମ୍ୱଲପୁରରୁ ୬୪୧ ପଜିଟିଭ୍ କେସ୍ ସାମନାକୁ ଆସିଥିଲା । ଆଜି ଏହି ସଂଖ୍ୟା ୩୦୨କୁ ଖସିଛି ।

Leave A Reply

Your email address will not be published.