Latest Odisha News

BREAKING NEWS

ଚାରି ଦିନ ପରେ କମିଲା: ଦେଶରେ ୪ ଲକ୍ଷରୁ କମ୍ ଆକ୍ରାନ୍ତ, ୩ ହଜାରକୁ ଖସିଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଚାରି ଦିନ ପରେ ଦେଶରେ ୪ ଲକ୍ଷ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ବି ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୬୬ହଜାର ୧୬୧ ନୂଆ ଆକ୍ରାନ୍ତ । ଗତ ଚାରି ହେବ ଏହି ସଂଖ୍ୟା ୪ ଲକ୍ଷ ଉପରେ ରହୁଥିଲା । ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁସଂଖ୍ୟା ବି ହ୍ରାସ ପାଇଛି । ସାରା ଦେଶରୁ ମହାମାରୀ ୩ହଜାର ୭୫୪ ଜୀବନ ନେଇଛି ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୨୬ଲକ୍ଷ ୬୨ହଜାରକୁ ବୃଦ୍ଧି ପାଇଛି । କରୋନାରେ ଗଲାଣି ମୋଟ୍ ୨ଲକ୍ଷ ୪୫ହଜାର ୧୧୬ ଆକ୍ରାନ୍ତଙ୍କ ଜୀବନ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସୁସ୍ଥ ହାର ବି ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୩ଲକ୍ଷ ୫୩ହଜାର ୮୧୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ କେସ୍ ସଂଖ୍ୟା ୩୭ଲକ୍ଷ ୪୫ହଜାର ୨୩୭କୁ ବୃଦ୍ଧି ପାଇଛି ।

କରୋନା ଚେନ୍ ଭାଙ୍ଗିବା ପାଇଁ ଅଧା ଭାରତରେ ଏବେ ଲକଡାଉନ୍ ଚାଲିଛି । କିଛି ରାଜ୍ୟରେ କରୋନା କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି । ମଲ୍, ସିନେମା ହଲ୍ ବନ୍ଦ କରିଛନ୍ତି ବିଭିନ୍ନ ରାଜ୍ୟ ସରକାର । ସାମାଜିକ, ଧାର୍ମିକ, ରାଜନୈତିକ ଓ ସାଂସ୍କୃତି କାର୍ଯ୍ୟକ୍ରମ ଉପରେ କଡ଼ା କଟକଣା ଲାଗିଛି । କୋଭିଡ୍ ଏନଫୋର୍ସମେଣ୍ଟ କଡ଼ାକଡ଼ି ହୋଇଥିବାରୁ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.