ନୂଆଦିଲ୍ଲୀ: କରୋନାର ପ୍ରକାପ ଦେଖିବା ପରେ ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ କଟକଣାକୁ ଆହୁରି କଡା କରାଯାଇଛି । ବିସିସିଆଇ ଓ ନ୍ୟୁଜିଲାଣ୍ଡ ବୋର୍ଡଙ୍କୁ କରୋନା ପ୍ରୋଟୋକଲ ମାନିବା ପାଇଁ ନିର୍ଦ୍ଦେଶ ଦେଇଛି । ଭାରତୀୟ ଟିମ୍ ପ୍ରଥମେ ମୁମ୍ବାଇରେ ପଂହଚିବ । ସେଠାରେ କୌଣସି ଖେଳାଳି କାହାକୁ ଭେଟି ପାରିବେ ନାହିଁ । ୭ ଦିନ ଆଇସୋଲେଶନରେ ରହିବା ପରେ ସମସ୍ତଙ୍କ କରୋନା ଟେଷ୍ଟିଂ କରାଯିବ । ଯଦି କୌଣସି ଖେଳାଳି ରିପୋର୍ଟ ପଜିଟିଭ ଆସେ ତାହାହେଲେ ତାଙ୍କୁ କ୍ୱାରେଂଟାଇନରେ ରଖାଯିବ । ୭ ଦିନ ପରେ ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ଖେଳାଳିଙ୍କୁ ଏକତ୍ର କରାଯିବ ।
ହୋଟେଲ ଷ୍ଟାଫ, ବସ ଡ୍ରାଇଭର ଏବଂ ଅନ୍ୟମାନେ ୭ଦିନ ପୂର୍ବରୁ ବାୟେବବଲରେ ରହିବେ । ଏହା ପରେ ପ୍ରତି ୨ ଦିନରେ ସେମାନଙ୍କ କରୋନା ଟେଷ୍ଟ କରାଯିବ । ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ପୁନର୍ବାର ସପ୍ତାହେ କ୍ୱାରେଂଟାଇନରେ ରହିବେ । ଏଠାରେ ମଧ୍ୟ ୩ ଥର ଟେଷ୍ଟ କରାଯିବ । ଶେଷରେ ଏକ ଚାର୍ଟାଡ ପ୍ଲେନରେ ଖେଳାଳିମାନେ ଇଂଲଣ୍ଡ ଯିବେ । ସେଠାରେ ଅଲଗା ଅଲଗା ହୋଟେଲରେ ପୁନର୍ବାର ୧୦ ଦିନ କ୍ୱାରେଂଟାଇନରେ ରହିବେ । ଖେଳାଳିମାନେ ଅଭ୍ୟାସ କରିପାରିବେ କିନ୍ତୁ ବାହାରକୁ ଯାଇ ପାରିବେ ନାହିଁ । କ୍ୱାରେଂଟାଇନ ପରେ ଷ୍ଟାଡିୟମ ନିକଟରେ ଥିବା ହୋଟେଲରେ ରହିବେ ।
BREAKING NEWS
- ଆସନ୍ତୁ ଜାଣିବା ଟିମ ଇଣ୍ଡିଆ ଦବଙ୍ଗ, ଧୂରନ୍ଧର ବାହୂବଳୀ, ସୈୟରା କିଏ
- Tirupati dupatta ‘scam’:ପ୍ରସିଦ୍ଧ ତିରୁପତି ମନ୍ଦିରରେ ନକଲି ଘିଅ ପରେ ‘ନକଲି ସିଲ୍କ’ ଦୁର୍ନୀତିର ପର୍ଦ୍ଦାଫାଶ
- ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ଦୁଇ ଗାଁକୁ ନେଇ ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
- Trump’s Gold Card: ଆରମ୍ଭ ହେଲା ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଯୋଜନା…
- କିଏ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ?
- Rahul Gandhi Meets PM Modi :ଏକାଠି ବସି ୮୮ ମିନିଟ୍ କ’ଣ କଥା ହେଲେ ମୋଦି-ରାହୁଲ?
- ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଲୁଥ୍ରା ବ୍ରଦର୍ସ ଗିରଫ
- ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଲେ ଅନିରୁଦ୍ଧାଚାର୍ଯ୍ୟ
- Cold Wave: ହାଡଭଙ୍ଗା ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୨ ସହର
- ରାୟବରେଲି-ଆମେଠି-ଇଟାୱାରେ ମଧ୍ୟ ମୁସଲମାନମାନେ ଜିତିପାରିବେ: ଏପରି କାହିଁକି କହିଲେ ଓୱେସି ?
Comments are closed.