Latest Odisha News

BREAKING NEWS

କରୋନା ରୋଗୀଙ୍କୁ ଅକ୍ସିଜେନ୍ ଯୋଗାଉଛନ୍ତି ଆସ୍ଥମା ରୋଗୀ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସମସ୍ତଙ୍କ ମନୋବଳକୁ ଧ୍ୱସ୍ତ କରିଛି । ଅକ୍ସିଜେନ୍‌, ଔଷଧ ଓ ହସ୍ପିଟାଲରେ ବେଡ୍ ଅଭାବ ଅନେକ ଲୋକଙ୍କର ବଂଚିବା ଆଶାକୁ କ୍ଷୀଣ କରିଦେଇଛି । ତେବେ ଦେଶରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାନବିକତା ଦୃଷ୍ଟିକୋଣରୁ ସାହାସ ବାଣ୍ଟୁଛନ୍ତି । ଏମତି ଜଣେ ବ୍ୟକ୍ତି ହେଉଛନ୍ତି ୪୮ ବର୍ଷୀୟ ମଂଜୁର ଅହମଦ ।

କଶ୍ମୀରରେ ରହୁଥିବା ଆସ୍ଥମା ରୋଗୀ ମଂଜୁର ଅହମଦ ଖୋଦ ନିଜେ ଦୀର୍ଘ ୩ ବର୍ଷ ଧରି ଅକ୍ସିଜେନ୍ ସହାୟତାରେ ବଂଚିବାକୁ ସଂଘର୍ଷ କରୁଛନ୍ତି । ତଥାପି ଏପରି ସ୍ଥିତିରେ ସେ କରୋନା ରୋଗୀଙ୍କ ନିକଟକୁ ନିଜର ଏକ ଛୋଟ ଗାଡିରେ ଅକ୍ସିଜେନ୍ ସିଲିଣ୍ଡର ନେଇ ପହଂଚିଥାନ୍ତି । ସେ ଖୋଦ ନିଜେ ଅକ୍ସିଜେନ୍ ଜରିଆରେ ବଂଚୁଥିବାରୁ କରୋନା ମହାମାରୀରେ ଅକ୍ସିଜେନ ସିଲିଣ୍ଡରର ମହତ୍ତ୍ୱକୁ ବେଶ ଭଲ ଭାବେ ଜାଣିଛନ୍ତି ।

ତେବେ ମଂଜୁର ଅହମଦ କେବଳ ଅକ୍ସିଜେନ୍ ଭର୍ତ୍ତି ସିଲିଣ୍ଡର ଦେଉନାହାନ୍ତି । ବରଂ ଖାଲି ସିଲିଣ୍ଡରକୁ ମଧ୍ୟ ଭର୍ତ୍ତି କରି ଲୋକଙ୍କ ନିକଟରେ ପହଂଚାଇଥାନ୍ତି । ନିଜର ଏକ ଛୋଟ ପରିବାରକୁ ଭରଣପୋଷଣ ପାଇଁ ସେ କରୋନା ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିବାରେ ଆଦୌ କୁଣ୍ଠାବୋଧ କରିନଥାନ୍ତି । ପରିସ୍ଥିତି ଯାହା ବି ହେଉନା କାହିଁକି ଜଣେ ଆସ୍ଥମା ରୋଗୀଙ୍କ ଏଭଳି କାମ ନିଶ୍ଚିତ ଭାବେ ଅନେକଙ୍କୁ ପ୍ରେରଣା ଯୋଗାଇଛି ।

Leave A Reply

Your email address will not be published.