Latest Odisha News

BREAKING NEWS

ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ଚର୍ଚ୍ଚାକୁ ଆସିଥିବା ସାହାସୀ ଯୁବତୀଙ୍କୁ ବି ନେଇଗଲା କରୋନା

ନୂଆଦିଲ୍ଲୀ: କିଛି ଦିନ ତଳେ କରୋନା ସଂକ୍ରମିତ ଜଣେ ଯୁବତୀ ଏହାକୁ ଭୟ ନ କରି ମୁକାବିଲା କରିବା ସହ ଲଭ ୟୁ ଜିନ୍ଦେଗୀ ଗୀତ ଶୁଣି ମଜା ଉଠାଉଥିଲା । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହୋଇଥିଲା । ମାତ୍ର ଦୁଃଖର କଥା ଏହି ୩୦ ବର୍ଷୀୟ ଯୁବତୀଜଣଙ୍କୁ କିନ୍ତୁ ବଂଚା ଯାଇ ପାରି ନ ଥିଲା ।

ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମୋନିକା ଲାଲେ ଟୁଇଟ କରି ଏହି ଦୁଃଖଦ ଖବର ଜଣାଇଛନ୍ତି । ଡାକ୍ତରଖାନାରେ ଆଇସିୟୁ ବେଡ ପାଇ ନ ଥିଲେ ମଧ୍ୟ ଆଇସିୟୁରେ ୧୦ ଦିନ ଧରି ରଖା ଯାଇଥିଲା । ମାତ୍ର ଶେଷରେ ସେ ସମସ୍ତଙ୍କୁ ଅଲବିଦା କହି ଚାଲି ଯାଇଛନ୍ତି ।

Leave A Reply

Your email address will not be published.