Latest Odisha News

BREAKING NEWS

କୋଭିସିଲ୍ଡ ପାଇଁ ସାନି ଗାଇଡଲାଇନ୍, ପ୍ରଥମ ଡୋଜର ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: କୋଭିସିଲ୍ଡ ଟିକା ନେବାର ବ୍ୟବଧାନ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାନି ଗାଇଡଲାଇନ୍ ଜାରି କରିଛି । ଏଣିକି କୋଭିସିଲ୍ଡର ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ଅର୍ଥାତ୍ ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେଇ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖାଯାଇଛି । ଏନେଇ କୋ-ୱିନ୍ ପୋର୍ଟାଲରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ ହେବ ।

ଆଜି ରାତି ପରଠାରୁ ପ୍ରଥମ ଡୋଜ୍ କୋଭିସିଲ୍ଡ ନେବାର ୧୨ ସପ୍ତାହ ହୋଇନଥିଲେ ଆଉ ଅନଲାଇନ୍ କିମ୍ବା ଟିକାକରଣ କେନ୍ଦ୍ରରେ ସ୍ଲଟ୍ ମିଳିବ ନାହିଁ । ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ନେବା ପାଇଁ ଆଗରୁ ସ୍ଲଟ୍ ବୁକ୍ କରିଥିଲେ କୋ-ୱିନ୍ ପୋର୍ଟାଲରେ ତାରିକ ବଦଳାଇବାକୁ ପଡ଼ିବ ।

ପୂର୍ବରୁ ଟିକା ନେବା ପାଇଁ ସ୍ଲଟ୍ ବୁକିଂ କରିନଥିବା ବ୍ୟକ୍ତି ୮୪ ଦିନ ପୂର୍ବରୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ନେବା ପାଇଁ ଚାହିଁଲେ ନେଇ ପାରିବେ । ଏହାଦ୍ୱାରା ଜିଲ୍ଲାସ୍ତରରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଥିବା ଚାହିଦା କମିବ । ଫଳରେ ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଭ୍ୟାକ୍ସିନ୍ ନେଇ ପାରିବେ ।

Leave A Reply

Your email address will not be published.