Latest Odisha News

BREAKING NEWS

ଘେରିଲେ ପଂଚାୟତ ଅଫିସ, ଝୁଲାଇଲେ ତାଲା

ମାଲକାନଗିରି: ମହଙ୍ଗା ପଡିଲା ସରଂପଚଙ୍କ ମନମୁଖୀ ଶାସନ । ଲୋକେ ତାତିଲେ, ବିରୋଧ କଲେ ଏପରିକି ପଂଚାୟତ ଅଫିସ ଘେରାଉ ବି କଲେ । ଶେଷରେ ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ପଂଚାୟତ ଅଫିସରେ ତାଲା ବି ପକାଇଲେ ।

ମିଳିଥିବା ସୂଚନା ଅନୁଯାୟୀ ନୂତନ ପଂଚାୟତ ଅଫିସ ନିର୍ମାଣକୁ ବିରୋଧ କରି ପ୍ରାୟ ୧୪ ଖଣ୍ଡ ଗାଁରୁ ୨୦୦ରୁ ଅଧିକ ଲୋକ ବିରୋଧ କରିବା ସହ ପଂଚାୟତ ଅଫିସରେ ତଲା ପକାଇଛନ୍ତି । ସରପଂଚ ଯମୁନା ମାଡିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗତ ଦୁଇମାସ ଧରି ଭେଜାଙ୍ଗିୱାଡା ପଂଚାୟତ ୱାର୍ଡ ମେମ୍ବରମାନେ ଅନାସ୍ଥା ପ୍ରସ୍ତାବ ଦାବି କରିଆସୁଛନ୍ତି । ଏଥିପାଇଁ ସମସ୍ତେ ଲିଖିତ ଆକାରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ ।

ହେଲେ ଆଜି ଯାଏଁ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ୱାର୍ଡ ମମ୍ବରମାନେ ପଂଚାୟତ ଅଫିସରେ ତାଲା ପକାଇଛନ୍ତି । ସରପଂଚ ଯମୁନା ମାଡିଙ୍କ ବହିଷ୍କାର ଓ ଅନ୍ୟତ୍ର ନୂତନ ପଂଚାୟତ ଅଫିସ ନିର୍ମାଣ ନ ହେବା ପର୍ଯ୍ୟନ୍ତ ପଂଚାୟତ ଅଫିସରେ ତାଲା ଝୁଲିବ ବୋଲି ରୋକଠୋକ ଜଣାଇଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ମାମଲାକୁ ନେଇ ସରପଂଚ ଯମୁନା ମାଡିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନି ।

Leave A Reply

Your email address will not be published.