Latest Odisha News

BREAKING NEWS

ସତ୍ୟନଗର ଶ୍ମଶାନରେ କାର୍ଯ୍ୟରତ ୭ କର୍ମୀ କରୋନା ସଂକ୍ରମିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ୭ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ବିଏମସିର ସୂଚନା ଅନୁଯାୟୀ, ସମ୍ପୃକ୍ତ ସାତଜଣ ସଂକ୍ରମିତ କର୍ମଚାରୀ ସତ୍ୟ ନଗର ଶ୍ମଶାନରେ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ରବିବାର ଦିନ ପଜିଟିଭ୍ ବାହାରିଥିଲେ। ଅନ୍ୟ ଦୁଇଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣ ହୋମ୍ ଆଇସୋଲେସନରେ ରହିଛନ୍ତି।

ତେବେ ଏମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ବିଏମସି ପକ୍ଷରୁ ସେମାନଙ୍କ ସ୍ଥାନରେ ଆଉ ୭ ଜଣଙ୍କୁ ନିୟୋଜିତ କରାଯାଇଥିବା ସୁତ୍ରରୁ ପ୍ରକାଶ।

Comments are closed.