Latest Odisha News

BREAKING NEWS

ଭୁବନେଶ୍ବରରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ କରୋନା । କିନ୍ତୁ ଅଧିକ ଚିନ୍ତା ବଢ଼ାଉଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ଚିହ୍ନଟ ହେଉଛନ୍ତି ଶତାଧିକ ପଜିଟିଭ୍ । ଏଭଳିସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୨୫ ଜଣ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୩୭ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୭୮୮ । ସେହିପରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୫୫ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୧ ଜଣ ଅଛନ୍ତି । ସେହିପରି ଓଲ୍ଡ ଟାଉନରୁ ୪୧ ଜଣ ଥିବା ବେଳେ, ରସୁଲଗଡ଼ରୁ ୨୧, ସହିଦନଗରରୁ ୧୨, ପାତ୍ରପଡ଼ାରୁ ୨୫, ଟଙ୍କାପାଣି ରୋଡ ଓ ସାମନ୍ତରାପୁରରୁ ୧୫ ଜଣ ଲେଖାଏଁ, ଡୁମୁଡୁମା ଓ ବରମୁଣ୍ଡରୁ ୨୮ ଜଣ ଲେଖାଏଁ, ଝାରପଡ଼ା ଓ ନୟାପଲ୍ଲୀରୁ ୨୯ ଜଣ ଲେଖାଏଁ, ଚନ୍ଦ୍ରଶେଖରପୁରରୁ ୨୭, ଖଣ୍ଡଗିରିରୁ ୨୬, ଲକ୍ଷ୍ମୀସାଗରରୁ ୧୯ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଡୁମୁଡୁମାରୁ ୧୨ ଜଣ ଥିବା ବେଳେ, ଖଣ୍ଡଗିରିରୁ ୮, ମଞ୍ଚେଶ୍ବରରୁ ୯, ଓଲ୍ଡ ଟାଉନରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ବାକି ଅଞ୍ଚଳରୁ ମଧ୍ୟ କିଛି ସଂଖ୍ୟାରେ ସଂକ୍ରମିତ ଅଚନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୬୪ ହଜାର ୫୭୪ ଜଣ । ଏମାନଙ୍କ ମଧ୍ୟରୁ ୫୧ ହଜାର ୯୧୧ ଜଣ ସୁସ୍ଥ ହୋଇଥିବା ବେଳେ, ୩୦୧ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୨ ହଜାର ୩୪୧ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.