Latest Odisha News

BREAKING NEWS

କରୋନା ରୋଗୀଙ୍କ ସହାୟତା ଲାଗି ‘କୋଭିଡ୍‌-୧୯ ପରାମର୍ଶ’ ହେଲ୍ପଲାଇନ୍‌ ଆରମ୍ଭ କଲା ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କରୋନା ରେଗୀଙ୍କ ଲାଗି ସମସ୍ୟାର ସମାଧାନ ପ୍ରଦାନ କରିବାକୁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଏକ ସହାୟତା ହେଲ୍ପଲାଇନ ଆରମ୍ଭ ହୋଇଛି।

ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୧୪୪୪୩ ବୋଲି ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି।

ଏହି ହେଲ୍ପଲାଇନ ସପ୍ତାହର ସମସ୍ତ ଦିନରେ ସକାଳ ୬ ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ବୋଲି ଏଥିରେ କୁହାଯାଇଛି।

ସାଧାରଣ ଜନତାଙ୍କ ପ୍ରଶ୍ନର ଉତ୍ତର ପାଇଁ ଆୟୁର୍ବେଦ, ହୋମିଓପାଥି, ଯୋଗ, ନାଚୁରୋପାଥି, ୟୁନାନି ଏବଂ ସିଦ୍ଧ ଭଳି ବିଭିନ୍ନ ସ୍ରୋତର ବିଶେଷଜ୍ଞମାନେ ଉପଲବ୍ଧ ହେବେ ବୋଲି ଏଥିରେ କୁହାଯାଇଛି।

ଏହି ବିଶେଷଜ୍ଞମାନେ କେବଳ ରୋଗୀଙ୍କୁ କାଉନସେଲିଂ ଏବଂ ସମ୍ଭାବ୍ୟ ପ୍ରତିକାର ପ୍ରଦାନ କରିବେ ନାହିଁ, ବରଂ ନିକଟସ୍ଥ ଆୟୁ‌ଷ ସୁବିଧା ଉପଲବ୍ଧତା ବିଷୟରେ ମଧ୍ୟ ମାର୍ଗଦର୍ଶନ କରିବେ ବୋଲି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି।

ବିଶେଷଜ୍ଞମାନେ ରୋଗୀଙ୍କ ଲାଗି ଥଇଥାନ ଏବଂ ପରିଚାଳନା ପନ୍ଥା ପାଇଁ ମଧ୍ୟ ପରାମର୍ଶ ଦେବେ।

ହେଲ୍ପଲାଇନ ହେଉଛି IVR (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ) ବର୍ତ୍ତମାନ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ।

Comments are closed.