Latest Odisha News

ବାତ୍ୟା ‘ୟଶ’ ପାଇଁ ପୋଲିସ ଡିଜିଙ୍କ ସମୀକ୍ଷା

ଭୁବନେଶ୍ବର : ଆସୁଛି ବାତ୍ୟା । ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ । ତେବେ ୨୬ ତାରିଖ ସନ୍ଧ୍ୟାରେ ପାରାଦୀପ ଓ ସାଗରଦୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଏହା ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ବାତ୍ୟାକୁ କିପରି ସଫଳତାର ସହ ମୁକାବିଲା କରାଯିବ, ତାଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ଜିରୋ କାଜୁଆଲିଟି ଲକ୍ଷ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଏସଆରସି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ପୋଲିସ ଡିଜି ମଧ୍ୟ ବାତ୍ୟାକୁ ନେଇ କରିଛନ୍ତି ସମୀକ୍ଷା ।

ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ଗଞ୍ଜାମ, ବ୍ରହ୍ମପୁର, ରେଞ୍ଜ ଡିଆଇଜି, ଆଇଜି, ଏଡିଜିଙ୍କ ସହ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି । ବାତ୍ୟା ବେଳେ ଲୋକଙ୍କୁ ସ୍ଥାନାନ୍ତର ଏବଂ ବାତ୍ୟା ପୂର୍ବର ପ୍ରସ୍ତୁତି, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମକୁ ନିୟୋଜିତ କରାଯାଇଥିବା ବେଳେ, ଉଚ୍ଚମାନର ଯନ୍ତ୍ରପାତିକୁ ମହଜୁଦ କରାଯାଇଛି । ତେବେ ବାତ୍ୟାର ସଫଳ ମୁକାବିଲା ଲାଗି ପୋଲିସ ପ୍ରସ୍ତୁତି ଥିବା କହିଛନ୍ତି ଡିଜିପି ।

Comments are closed.