Latest Odisha News

BREAKING NEWS

ପାରାଦୀପ ବନ୍ଦରରେ ଆରମ୍ଭ ହେଲା ପଣ୍ୟ କାରବାର

ପାରାଦୀପ: ପାରାଦୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ ଆରମ୍ଭ ହୋଇଛି। ବାତ୍ୟା ୟଶ୍ ଯୋଗୁଁ ୨୫ ତାରିଖ ଠାରୁ ବନ୍ଦରର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିଲା।

୨୬ ତାରିଖରେ ବାତ୍ୟା ୟଶ୍ ପାରାଦୀପ ଅତିକ୍ରମ କରିବା ପରେ ସନ୍ଧ୍ୟା ସମୟରୁ ପୋର୍ଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ସକାଳୁ ବନ୍ଦରର ବର୍ଥ ରେ ଜାହାଜ ଲାଗିବା ସହିତ ପଣ୍ୟ ପରିବହନ କାର୍ଯ୍ୟ ଆରମ୍ଭ ହୋଇଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ବାତ୍ୟା ୟଶ୍ ର ପ୍ରଭାବ ରେ ପାରାଦ୍ଵୀପ ବନ୍ଦରର କୈାଣସି କ୍ଷତି ହୋଇ ନାହିଁ ବୋଲି ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.