ଭୁବନେଶ୍ୱର: ଦିଂବଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି । ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଏନେଇ ତାଙ୍କ ପୁଅ ଶାକ୍ୟ ପ୍ରତାପ ସୂଚନା ଦେଇଛନ୍ତି । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ପ୍ରଣୟ ମହାରଥୀ । ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ପିପିଲି ଅଞ୍ଚଳରେ ଶୋକର ଛାୟା । କିଛି ମାସ ତଳେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ସେ ବି କରୋନାରେ ସଂକ୍ରମିତ ହୋଇଥିଲେ ।
BREAKING NEWS
- ‘ଛତିଶଗଡ ପରି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢି ଲାଭ ଉଠାନ୍ତୁ’
- ପ୍ରଧାନମନ୍ତ୍ରୀଙ୍କ ଶବ୍ଦରେ ଆଉ ଓଜନ ରହୁନାହିଁ, ବିଶ୍ବାସ କରୁନାହାନ୍ତି ଲୋକେ: ପ୍ରିୟଙ୍କା ଗାନ୍ଧୀ
- ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା, ରୋଡ ସୋ’ କରୁଛନ୍ତି ମୁଖ୍ୟମନ୍ତ୍ରୀ
- ମିଛର ସୀମା ରହୁନାହିଁ ବିଜେପିର, ଏମାନଙ୍କ ଉପରେ ଭରସା ନାହିଁ: ପାଣ୍ଡିଆନ
- ପୁରୀରେ ବୋମା ମାଡ: ୪ ଆହତ, ତଦନ୍ତ ଜାରି
- ବଲାଙ୍ଗୀରରେ ପାଣ୍ଡିଆନଙ୍କ ପ୍ରଚାର, କହିଲେ ଏମାନଙ୍କ କାମ ସୂର୍ଯ୍ୟଙ୍କୁ କ୍ୟାଣ୍ଡେଲ ଦେଖାଇବା ପରି
- ହାର୍ଦ୍ଦିକଙ୍କୁ ଟିମରେ ନେବା ସପକ୍ଷରେ ନ ଥିଲେ ରୋହିତ, ଅଗରକର
- ‘ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଓଡିଶାକୁ ବରବାଦ କରୁଛନ୍ତି’
- ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି:ନଡ୍ଡା
- ବରଗଡରେ ବଦଳିଲାଣି କି ବାଜି !