Latest Odisha News

BREAKING NEWS

କବିତା : ଦେଶ

ଭବାନୀ ଭୂୟାଁ   

ଏ ମାଟି ତୋର
ଏ ଆକାଶ ତୋର
ପାଣି ତୋର
ପବନ ବି ତୋର ।
ଏ ଜଙ୍ଗଲ ତୋର
ଏ ପାହାଡ଼ ବି ତୋର ।

କିଏ କହିଲା ତୋର ଦେଶ ନାହିଁ ?

ଦେଶ ଖଣ୍ଡେ ମାଟି ନୁହେଁ
କି , ନାଲି ନେଳି ଗାରଟଣା
ସୀମାରେଖା ନୁହେଁ ।
ଯିଏ ଯେତେବେଳେ ପାରିବ
ତୋତେ ଉତଖାତ କରିବ ।
ତୋ ରକ୍ତରେ ହୋରି ଖେଳିବ ।

ତୋ ଭୋକ ହିଁ ତ ତୋର ଦେଶ ।
ତୋ ହାତ ହିଁ ତ ତୋର ଦେଶ ।
ତୋ ପାଦ ହିଁ ତ ତୋର ଦେଶ ।
ତୋ ସାମର୍ଥ୍ୟ ହିଁ ତ ତୋର ଦେଶ ।
ତୋ ଅଧିକାର ହିଁ ଦେଶ ଗଢ଼ିଛି ।
ତୋ ପ୍ରେମ ହିଁ ଦେଶକୁ
ସଂଜୀବିତ କରିଛି ।

ତୋ ବିଦ୍ରୋହୀ ପାଦ
ଯେଉଁଠି ପଡିବ
ସିଏ ତୋର ଦେଶ ।

ତୁ ଏ ଦେଶ ଗଢିଛୁ
ଏ ତୋର ଦେଶ ।
ତୁ ହିଁ ତ ନିଜେ ଗୋଟେ ଦେଶ ।।

ସ୍ୱର୍ଗଦ୍ୱାର , ପୁରୀ

Leave A Reply

Your email address will not be published.