ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ୍ ହୋଇଛି । ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା । ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ବିପର୍ଯ୍ୟୟ ପରିଚାଳନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜାତିସଂଘର ଡିଜାଷ୍ଟର ରିସ୍କ ରିଡକସନ୍ (ବିପର୍ଯ୍ୟୟ ବିପଦ ପ୍ରଶମନ-UNDRR) ମୁଖ୍ୟ ମାମି ମିଜୁତୋରି । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଓଡ଼ିଶାର ସେ ଉଦାହରଣ ଦେଇଛନ୍ତି । କହିଛନ୍ତି, ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି । ଓଡ଼ିଶାର ବିପଦ ବିପର୍ଯ୍ୟୟ ପ୍ରଶମନର ସୁପରିଚାଳନା ଅନ୍ୟମାନେ ଶିଖିବା ଦରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାରିଖ କରିଛନ୍ତି ମାମି ମିଜୁତୋରି । ସେ କହିଛନ୍ତି, ୨୦୦୦ ମସିହାରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହେବା ପରେ ଓଡ଼ିଶାର ବିପର୍ୟ୍ୟୟ ପରିଚାଳନା ବ୍ୟବସ୍ଥାକୁ ବିକଶିତ କରିବା ସହ ମଜଭୁତ କରିଛନ୍ତି । ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାରେ ୧୦ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ତାପରେ ଓଡ଼ିଶାରେ ଆଉ ସେଭଳି ଘଟଣାର ପୁନରାବୃତ୍ତି ହୋଇ ନାହିଁ ବୋଲି କହିଛନ୍ତି ମାମି ମିଜୁତୋରି ।

ଆଗକୁ ସତର୍କ ସୂଚନା ବ୍ୟବସ୍ଥା ସହ ସ୍ଥାନାନ୍ତର ପଦକ୍ଷେପ ଯୋଗୁ ଆଉ ୧୯୯୯ ମହାବାତ୍ୟା ଭଳି ଧନଜୀବନ କ୍ଷତି ହୋଇ ନାହିଁ । ପୂର୍ବରୁ ୨୦୧୩ରେ ବାତ୍ୟା ଫାଇଲିନ୍ ବେଳେ ଓଡ଼ିଶାକୁ ପ୍ରଶଂସା କରିଥିଲା ଜାତିସଂଘ । ଗତ ସପ୍ତାହରେ ବାତ୍ୟା ୟସର ସଫଳ ମୁକାବିଲା କରିଛନ୍ତି ସରକାର । ଏହା ବ୍ୟତୀତ ମହାମାରୀ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ପ୍ରଂଶସା କରିଛନ୍ତି UNDRR ମୁଖ୍ୟ ମାମି ମିଜୁତୋରି ।
BREAKING NEWS
- Padma Awards 2026: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର
- Padma Awards 2026: ଧମେନ୍ଦ୍ରଙ୍କୁ ମିଳିଲା ପଦ୍ମ ବିଭୂଷଣ, ଗ୍ରହଣ କଲେ ହେମା…
- ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ରାଜ୍ୟବ୍ୟାପୀ କାର୍ଯ୍ୟାନ୍ୱୟନ ଆରମ୍ଭ
- ପୁରୀରେ ହେବ BRICS ରାଷ୍ଟ୍ରସମୂହର ଦ୍ଵିତୀୟ ବୈଷୟିକ ସମ୍ମିଳନୀ, ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ହେବ ଆଲୋଚନା
- ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ କୁମାର ଜେନା
- ମଝି ଆକାଶରେ ଅଟକିଲା ରୋପୱେ; ଫସିଲେ ୩୦୦ରୁ ଅଧିକ ପର୍ଯ୍ୟଟକ
- ଆହୁରି ପ୍ରଚଣ୍ଡ ହେବ ତାତି; ଏହି ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି, ଆସନ୍ତା ୪ ଦିନ ଉପକୂଳରେ ଗୁଳୁଗୁଳି
- ଏଣିକି ପ୍ରେସକ୍ରିପସନ ଦେଖାଇଲେ ହିଁ ମିଳିବ ‘ପ୍ରେଗାବାଲିନ୍’, ଖୁବ ଶୀଘ୍ର ଲାଗୁ ହେବ ନୂଆ ନିୟମ
- ହିଟ୍ ୱେଭ୍କୁ ଦେଖି SIR ସମୟସୂଚୀରେ ପରିବର୍ତ୍ତନ, ୧୨ଟାରୁ ୩ଟା ଫିଲ୍ଡ ୱାର୍କକୁ ନା
- ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍ପି, ୨ ଦିନ ପୂର୍ବେ ହୋଇଥିଲା ଅଦଳବଦଳ
Comments are closed.