Latest Odisha News

BREAKING NEWS

ମହାରାଷ୍ଟ୍ରରେ ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମିଳିଲା ଅନୁମତି

ମୁମ୍ବାଇ: କରୋନା ଦ୍ବିତୀୟ ଲହର ମହାରାଷ୍ଟ୍ରକୁ ଅଧିକ ପ୍ରଭାବିତ କରିଥିଲା। ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ମହା ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ସମସ୍ତ କଟକଣାକୁ ଶକ୍ତ କରିବା ସହ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଥିଲା।

ତେବେ କରୋନାର ସ୍ଥିତି ତଳମୁହାଁ ହେଉଥିବା ବେଳେ ମହା ସରକାର ଏବେ ରାଜ୍ୟରେ କରୋନା କଟକଣାକୁ ‌କୋହଳ କରିଥିବା ଦେଖିବାକୁ ମିଳିଛି। ଏହାସହିତ ଏଣ୍ଟରଟେନ୍‌ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର ମଧ୍ୟ ରହିଛି। ରାଜ୍ୟରେ ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ପୁଣି ଥରେ ଅନୁମତି ଦେଇଛନ୍ତି ମହା ସରକାର।

କିନ୍ତୁ କିଛି ନିୟମାବଳୀକୁ ଅନୁସରଣ କରି ଚଳଚ୍ଚିତ୍ର ଏବଂ ଟେଲିଭିଜନ ସୁଟିଂ କରାଯାଇପାରିବ ବୋଲି କହିଛନ୍ତି ରାଜ୍ୟ ସରକାର।

ସିଏମ୍ ସ୍ପଷ୍ଟ କରିଛନ୍ତି ଯେ ନିୟମିତ ସୁଟ୍ ପୁଣି ଥରେ ଆରମ୍ଭ ହୋଇପାରିବ। କିନ୍ତୁ ସୀମିତ ସମୟ ପାଇଁ ସୁଟିଂକୁ ଅନୁମତି ଦିଆଯିବ।

ଆସନ୍ତା ଦୁଇମାସ ମଧ୍ୟରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଜଡିତ ସମସ୍ତଙ୍କ ପାଇଁ ଟିକାକରଣ କରାଯିବା ଉଚିତ ବୋଲି ସିଏମ୍ ଠାକରେ କହିଛନ୍ତି।

Comments are closed.